ଦିଗନ୍ତ ପ୍ରସାରୀ
ଦିଗନ୍ତ ପ୍ରସାରୀ


ମୁଁ ସେଇ ଶୁଷ୍କ ତପ୍ତ ମରୁଭୂମି,
ପ୍ରତୀକ୍ଷା ରତ ଜଳଧାରା ପାଇଁ l
ଯଦିଓ ଜାଣେ ସେ କେବେ ବର୍ଷିବ ନାହିଁ,
ତଥାପି ଖୋଜେ ବରଷାର ପାଣି l
ଯେବେ କେବେ ଅକାଳେ ସକାଳେ,
ମେଘୁଆ ବାଦଲ ଖଣ୍ଡେ ଭାସିଯାଏ l
ଏଇବାଟ ଦେଇ, ନଦେଇ ବି ତା ସ୍ପର୍ଶ,
ଅଜଣା ଶିହରଣେ ମନ ନାଚିଯାଏ l
ସେ ଏକ ବାଲୁଚର ବିସ୍ତିର୍ଣ, ବିବ୍ରତ,
ଜାଣେନା ତା ନିଜ ଦୈର୍ଘ୍ୟ ପ୍ରସ୍ତ ବା ଆଦି ଅନ୍ତl
କିନ୍ତୁ ତା ହୃଦୟ ଭିତରେ ଭରି ରହିଛି,
ଯୁଗ ଯୁଗରୁ ସାଇତା ଅବ୍ୟକ୍ତ ନିରବତା l
ଉତପ୍ତ ଶଯ୍ୟ|ର ଧାରେ ଦଗ୍ଧିଭୁତ ହୁଏ,
ଦିନରାତି ଖୋଜିବୁଲେ କାହାର ପରଶ l
ସମ୍ବେଦନ ପୂର୍ଣ ସମବେଦାନରେ,
ଭରି ଦିଅନ୍ତା କି କିଏ ଦେଇ କିଛି ଶୀତଳତାl
କିନ୍ତୁ ନା,! ପ୍ରତୀକ୍ଷା ପରେ ପ୍ରତୀକ୍ଷା,
ଜୀବନ ସାରା କେବଳ ପାଇଛି ଉପେକ୍ଷାl
ଆଦରି ନେବାକୁ ହେବ ନିଜର ଭାଗ୍ୟକୁ,
ଅଭିମାନର ଜ୍ଵଳା ପ୍ରଶମିତ କରିବାକୁ l