ଜଗତ କର୍ତ୍ତା
ଜଗତ କର୍ତ୍ତା
ହେଲେ ହେଉ ପଛେ ତାଙ୍କ ନାମ ଅନେକ,
ରୂପ ଅନେକ ଓ ଗୁଣ ବି ଅନେକ l
ହେଲେ ତାଙ୍କ ଦୟା,
କ୍ଷମା କରୁଣା ସମସ୍ତଙ୍କ ପାଇଁ ଏକ,
ବିଶ୍ଵ ସ୍ରଷ୍ଟା, ସେ ଯେ ବିଶ୍ଵ ରକ୍ଷକ,
ସେ ବିଶ୍ଵ ଚାଳକ l
କେହି ନୁହଁନ୍ତି ତାଙ୍କର ନିଜର,
କିନ୍ତୁ ଅଟନ୍ତି ସମସ୍ତେ ଆପଣାର l
ସୂର୍ଯ୍ୟ କିରଣରୁ ଉଜ୍ଜଳତା ନେଇ,
ବିଛେଇ ଦିଅନ୍ତି ସେ ସାରା ଜଗତ l
ଆକାଶୁ ଜଳ ଧାରା ଦିଅନ୍ତି ବୁହାଇ,
ସମସ୍ତଙ୍କ ପାଇଁ, ନଦୀ ନାଳ ଝରଣା ଦେଇ l
କାର୍ଯ୍ୟ ରତ ସିଏ ଅନବରତ ତୁମରି ମଙ୍ଗଳ ପାଇଁ,
ସେଇ ତ ଅଟନ୍ତି ଜଗତ ସାଇଁ l
ଆରେରେ ମଣିଷ ! କୁ କାର୍ଯ,
କୁ ଚିନ୍ତା ଧାରା ନେଇ,
ଉଜାଡି ଦିଅନା ଏଡେ ସୁନ୍ଦରିଆ ବିଶ୍ଵକୁ ତୁହି l
ତତେ ଶ୍ରେଷ୍ଠ କରି ଗଢିବାରେ ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ,
p>
ସାହାଯ୍ୟ କରିବୁ ବଞ୍ଚାଇ ରଖିବାରେ ତାଙ୍କରି ବିଶ୍ଵ l
ନିଜେ ହିଁ ନିଜ ନିଚ ବିଚାରର ଶିକାର ହୋଇ,
ବିଭାଜନ କର ସବୁ ତୋର ମୋର କହି l
ନା କିଛି ତୋର ନା କିଛି ମୋର l
ଏତିକି ମନେରଖ ସବୁ ତାଙ୍କର,
ତୁ କେବେଳ ଜଗୁଆଳି ମାତର l
ସଂଯମ ଶୃଙ୍ଖଳା ବିଶ୍ଵାସ ଭାଜନ ଅସ୍ତ୍ରକୁ ନେଇ,
କାମ କରି ଯାରେ ମଣିଷ ତୁହି l
ଅନ୍ୟ ସବୁ ବିଚାର ଛାଡିଦେ ତାଙ୍କ ଉପରେ,
ନିଜ ମସ୍ତିକକୁ ଭାରାକ୍ରାନ୍ତ ନକରି l
ଯିଏ ଗଢିଛନ୍ତି, ସିଏ ଜାଣିଛନ୍ତି ତାଙ୍କ ଉଦ୍ଦେଶ୍ୟ,
ଯଦି ଭାଙ୍ଗୁଛନ୍ତି,
ଯଦି ଉଜାଡୁଛନ୍ତି ସିଏ ଜାଣିଛନ୍ତି ତାର ରହସ୍ୟ l
ଆସିଛୁ ଯଦି ତୁ ଯିବୁ ତ ନିଶ୍ଚେ,
ହାତରେ ଅଛି ତୋ ସୀମିତ ସମୟ,
କିଛି ଭଲ କାମ କରି ପାରିଲେ ଜିତି ପାରିବୁ ତୁ ତାଙ୍କ ହୃଦୟl