STORYMIRROR

Rasmita Sahoo

Abstract Drama Tragedy

3  

Rasmita Sahoo

Abstract Drama Tragedy

ନୂଆ ନୁହେଁ ଏହି ବ୍ୟଥା

ନୂଆ ନୁହେଁ ଏହି ବ୍ୟଥା

1 min
251


ନୂଆ ନୁହେଁ ଏହି ବ୍ୟଥା ଏଠି 

ନା ନୂଆ ଅଟେ ଏହି ଗାଥା !

ଖଟିଖିଆ ଆଉ ଲୁଟିଖିଆଙ୍କ 

ଏହିପରା ସେହି ପୁରୁଣା ପ୍ରଥା ! 


ଲକ୍ଷ୍ୟ-ଲକ୍ଷ୍ୟ ଯୁବାପିଢ଼ି 

କାହିଁ କେତେଯେ ବେରୋଜଗାର,

କିନ୍ତୁ ଶିଡ଼ି ପରେ ଶିଡ଼ି ଚଢ଼େ 

ଏଠି ତୋଷମୋଦିଆ ଚାଟୁକାର।


ହଁ,ନୂଆ ନୁହେଁ ଏହି ବ୍ୟଥା ଏଠି 

ନା ନୂଆ ଅଟେ ଏହି ଗାଥା !

ଖଟିଖିଆ ଆଉ ଲୁଟିଖିଆଙ୍କ 

ଏହିପରା ସେହି ପୁରୁଣା ପ୍ରଥା ! 

ଦଙ୍ଗା ପରେ ଦଙ୍ଗା ଚାଲେ 

କେତେ ଜାତି-ଧର୍ମ ନାମେ ।

ଚାଲେ ପୁଣି କରୋନା ନାଟ

ଏଠି ଭେକ୍ସିନ-ଭେକ୍ସିନ ତାନେ ।


ହଁ,ନୂଆ ନୁହେଁ ଏହି ବ୍ୟଥା ଏଠି 

ନା ନୂଆ ଅଟେ ଏହି ଗାଥା !

ଖଟିଖିଆ ଆଉ ଲୁଟିଖିଆଙ୍କ 

ଏହିପରା ସେହି ପୁରୁଣା ପ୍ରଥା ! 



Rate this content
Log in

Similar oriya poem from Abstract