STORYMIRROR

Rasmita Sahoo

Others

3  

Rasmita Sahoo

Others

ଠିଆ ପାଲା ନାଟ

ଠିଆ ପାଲା ନାଟ

1 min
183

 

ଯାତ୍ରା ଆଉ 

ଠିଆ ପାଲା ନାଟ

ଦେଖ-ଦେଖ 

ବଦଳି ଜାଇଛି ତା’ର

ଆଜି ଅନେକ 

ଯେ ରୁପ ରେଖ ।

ଶାନ୍ତି ନାମେ, ମୈତ୍ରୀ ନାମେ

ଚାଲେ ଅନେକ ଯେ ଚୁକ୍ତି

ହଁ, ମେଣ୍ଢା ଆଉ କୋକିଶିଆଳଙ୍କ ନିତି

ଲୁକାଛିପା କାରବାର 

ପୁଣି ରକ୍ତଭିଜା ରାତି ।

ବିଶ୍ୱାସ ସଙ୍ଗେ ଖେଳ ଖେଳି 

ଆଉ ମଧୁପ୍ରୀତି ସହ ଛନ୍ଦି।

ସପନର ବିଶ୍ୱ ଏଠି 

ସାତ ସପନ ପରି

ଦରିଆ ବୁକୁରେ ଲୀନ 

ସମାଧିସ୍ଥ ପୁଣି।

ଠିକ ବୁଢ଼ୀ ଅସୁରାଣୀ ଆଉ

ଆଈ ମାଆ କାହାଣୀ ପରି।

ବାସ୍ତବିକତା ଠୁଁ ଢ଼େର ଦୂରେ

କଳ୍ପନା ଜଳ୍ପନାର ବାଣୀ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍