STORYMIRROR

Panchanan Jena

Drama

3  

Panchanan Jena

Drama

ଇତିହାସ କିଆରି

ଇତିହାସ କିଆରି

1 min
203

ସଂଗ୍ରାମ ଓ ସମାଧାନର ଖବର

 ହିଁ ଇତିହାସ

ବର୍ତ୍ତମାନ ଓ ଭବିଷ୍ୟତ 

ମଧ୍ୟରେ ଯୋଗସୂତ୍ରକାରୀ 

ହିଁ ଇତିହାସ

ସମସ୍ତେ କହନ୍ତି ।୧

ଅତୀତର ଚର୍ବିତଚର୍ବଣ 

ପଠନ ପାଠନ ଅଧ୍ୟୟନ

ହିଁ ଇତିହାସ

ବିଗତ ଦିନର ହଜିଯାଇଥିବା କାହାଣୀ ଖବର 

ହିଁ ଇତିହାସ

ଗୁରବେ ବଦନ୍ତି ।୨

କାଳ ଗର୍ଭରେ ଲୀନ ତଥ୍ୟର ଆବିଷ୍କାର ଅନୁସନ୍ଧାନ ବିବେଚନ

ହିଁ ଇତିହାସ

ଅତୀତର ଅବଲୋକନ 

ତଥ୍ୟର ପରୀକ୍ଷଣ ଅନୁଧ୍ୟାନ 

ହିଁ ଇତିହାସ 

ସମସ୍ତେ ଭାଷନ୍ତି ।୩

ନାନା ମୁନିଙ୍କ ନାନା ମତ ଅଭ୍ୟାସ 

ମଣିଷ ଜାତିର କୁହ

ଦେଶ ଦେଶାନ୍ତର କୁହ

ସବୁ ପ୍ରେମର ଅଛି ଅତୀତ 

ହିଁ ଇତିହାସ ।୪

ଆରମ୍ଭ କେବେ ସୁଖାନ୍ତକ 

କେବେ କଷ୍ଟସାଧ୍ୟ ବାଧ୍ୟ

କେବେ ଲହୁଲୁହାଣ ଦୁଃଖାନ୍ତକ

ହିଁ ଇତିହାସ ।୫

ଲକ୍ଷ୍ୟ ଏକ ସର୍ବୋପରୀ

ଲାଗିରହିବା ଲାଖି ରହିବା ଅଠା କାଠି ପରି

ରାତି ଦିନ ଏକାକାର କରିବାକୁ ହେବ 

କାରଣ

ହାରିଲେ ହିଁ ବନବାସ ଇତିହାସ

ଜିତିଲେ ହିଁ ସ୍ବର୍ଣ୍ଣାଭ ଇତିହାସ । ୬

ଅନ୍ଧାର ପଥ ବହୁଦୂର

ଖାଳ ଖମାରେ ଭରପୂର

ଚାଲିବା ଆମେ ଆଗୁସାରି

ପ୍ରସ୍ତୁତ ହେବା 

ସାଥି ଆମର ପ୍ରଜ୍ଞାର ଜ୍ଞାନର

ଚିକ୍କଣ କଲମ ତରବାରୀ

କାଳ ଖଣ୍ଡରେ ଜୀବନ ଯୁଦ୍ଧରେ ଜୀବିକା କ୍ଷେତ୍ରରେ ରଚିବାକୁ ହେବ ନୂଆ ଇତିହାସ କିଆରୀ

ମାଘ ଶେଷ ଫଗୁଣ ପାଦ ବଢେଇଲାଣି

ଦେଖ ଇତିହାସ ପାଇଁ ଦୁନିଆ ତିଆରି । ୭



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama