STORYMIRROR

Papu parida

Drama Classics Others

3  

Papu parida

Drama Classics Others

ନିର୍ଭୀକ ପଥିକ ଏବେ ଥକିନାହିଁ

ନିର୍ଭୀକ ପଥିକ ଏବେ ଥକିନାହିଁ

1 min
203

ପଛକୁ ପଛକୁ ସିଂହ ଯାଏ ଚାଲି

ଫେରିବାର ଅଛି ପୂର୍ଣ୍ଣବେଗେ ବୋଲି।


ପ୍ରଳୟ ପୂର୍ବରୁ ଖେଳିଯାଏ ଶାନ୍ତି

ତାଣ୍ଡଵ ଲୀଳାର କରୁଛି ପ୍ରସ୍ତୁତି।


କେତେ ଯେ ଆଘାତ ସହେ ସେ ପଥର

 ମୂର୍ତ୍ତିଟିଏ ସାଜି ହୋଇବ ଅମର।


ଜଳେ ସିନା ସୁନା ତତଲା ନିଆଁରେ

ଅଳଙ୍କାର ସାଜି ଆଦୃତ ସଂସାରେ।


ସମୁଦ୍ରର ସ୍ତର କମି କମି ଯାଏ

ସୁନାମି ସାଜି ଯେ ବିଧ୍ୱଂସ ମଚାଏ।


କମି କମି ଯାଏ ଜହ୍ନର ଆକାର

ପୂର୍ଣ୍ଣିମା ସାଜି ସେ ଫେରେ ବାରମ୍ବାର।


ରାତ୍ରକାଳୀମାରେ ସୂର୍ଯ୍ୟ ଲୁଚିଥାନ୍ତି

ଆଲୁଅର ଧାରା ନେଇକି ଫେରନ୍ତି।


ଶରତରେ ବୃକ୍ଷ ପତ୍ର ହାରିଯାଏ

ବସନ୍ତରେ ସବୁଜ ରଙ୍ଗେ ରଙ୍ଗିଯାଏ।


ନିର୍ଭୀକ ପଥିକ ଏବେ ଥକିନାହିଁ

ଲକ୍ଷ୍ୟ ନୁହେଁ ରାସ୍ତା ଦେଲା ବଦଳେଇ।


ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama