STORYMIRROR

Dr Baman Chandra Dixit

Drama Romance Classics

3  

Dr Baman Chandra Dixit

Drama Romance Classics

ତୁମ ପାଇଁ ପଦେ

ତୁମ ପାଇଁ ପଦେ

1 min
198


ତୁମ କବରୀର ଘନ କଳା ମେଘ ମାଳେ

   ମୁଁ ଯେ ବିଜୁଳିର ଫୁଲ ଖଞ୍ଜିବି

ରଞ୍ଜିବି...........ତୁମ ଗଭା ଧାରେ ଧାରେ

   ଆଜି ତାରକା ଫୁଲ ମୁଁ ସାଜିବି।


ସାରା ଆକାଶର   ଯେତେ ନୀଳିମା

   ସବୁ ଅଜାଡି ତୁମର ନୟନେ

ଲୁଚି ଲୁଚକାଳି      ଖେଳ ଖେଳିବି

   ତୁମ ଯୁଗଳ ପଲକେ ଗୋପନେ

ତୁମେ ଖୋଜି ଖୋଜି ଯେବେ ହାରି ଯିବ

  ମୁଁ ଗୋ ଦରପଣ ତୋଳି ଧରିବି।।


ନହକା ନହକା       ଇନ୍ଦ୍ରଧନୁକୁ

   ତୁମ ଭୃଳତାର ତଳେ ଲୁଚେଇ

କଜଳର ଗାର      ପ୍ରତ୍ୟାଞ୍ଚାର ତାର

   କାମ ତୀର ଦେବି ଜୋଖେଇ

  ଯଦି ହଜି ଯାଏ ଧୃତି ମଜ୍ଜି ଯାଏ ମତି

    ତୁମ ପୀରତି ପୂଜାରୀ ସାଜିବି।।


ସଜ ସକାଳର     ଭିଜା କାକର କି

    କରେ ମୁଖ ପ୍ରକ୍ଷାଳନ ତୁମର

ବାଳ ଅରୁଣ କି     ବୋଳି ଅରୁଣୀମା

   ତୁମ ଗଣ୍ଡ ଦେଶେ ଫିଙ୍ଗେ ଅବିର

  ତୁମ ଅଧିର ଅଧରେ ଧାର ଧାର

    ହୋଇ ମଧୁର ହସରେ ଝରିବି।।


ବୀଣା ଜିଣା ତୁମ     ମନ କିଣା ବାଣୀ

     ଅବା ଝଙ୍କାର ଜଳ ତରଙ୍ଗ

କୁହୁକେ କୋଇଲି     ବାଏ କି ବାଂଶୁରୀ

     ଅବା ରତି ରଙ୍ଗ ଭରା ସମ୍ବାଦ

   ତୁନି ତୁନି କୁହ ତୁମେ କାନେ କାନେ

     ତୁମ ଅକୁହା କଥା ବି ଶୁଣିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama