STORYMIRROR

Papu parida

Drama Classics Others

3  

Papu parida

Drama Classics Others

ବସନ୍ତରାଜା

ବସନ୍ତରାଜା

1 min
297

ସମୟର ଚକ ବୁଲେ ଘିରି ଘିରି

ବସନ୍ତରାଜା ଯେ ଆସିଲେଣି ଫେରି

ଶୁଭେ ପକ୍ଷୀ ତାନ କିଚିରି ମିଚିରି

ଚୈତ୍ର ଫାଲଗୁନେ ଦେଖ ଲୀଳା ତା'ର।


ଶୀତର ଶିଶିର ଘାସେ ଦିସୁନାହିଁ

ବର୍ଷା ବାରିପାତ ଆଉ ଖସୁନାହିଁ

ଗ୍ରୀଷ୍ମର ରୋଦ୍ରତା କମେ ତା ପାଇଁ

ଦେଲା କି ସେ ସବୁ ଋତୁକୁ ମିଶେଇ।


ଶିମିଳି ପଳାଶ ମନ୍ଦାର ଟଗର

କୃଷ୍ଣଚୁଡା ରଙ୍ଗ କେଡେ ମନୋହର

ବହେ ଦକ୍ଷିଣର ମଳୟ ସମୀର

ରୋମାଞ୍ଚୀତ ଦୃଶ୍ୟ ଚାନ୍ଦିନୀ ରାତିର।


ମହାଦୀପ ଜଳେ ଆସିଲେ ଜାଗର

ରଙ୍ଗର ପର୍ବରେ ରଙ୍ଗର ଆସର

ଦୋଳଯାତ୍ରା ରଥେ ସେ ନାଟନାଗର

ଦେଖିବାକୁ ଇଚ୍ଛା ତାକୁ ବାରମ୍ବାର।


ଆମ୍ବର ବଉଳ କୋଇଲିର ତାନ

ବସନ୍ତ ଝଙ୍କାରେ ଉନ୍ମାଦିତ ମନ

ସବୁଜ ଶାଢୀରେ ଆନନ କାନନ

ଧରଣୀ ରାଣୀର ସଫଳ ଜୀବନ।


ସାତ ଋତୁ ମଧ୍ୟେ ଅଟ ତୁମେ ଶ୍ରେଷ୍ଟ

ଲାଘବ ହୁଅଇ ମନୁ ଦୁଃଖ କଷ୍ଟ

ନକାରାତ୍ମକତା କରିଦେଇ ନଷ୍ଟ

ତୁମ ଆଗମନ କରେ ପରିପୃଷ୍ଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama