STORYMIRROR

Santosh Behera

Drama

3  

Santosh Behera

Drama

ମୁତ୍ୟୁ ର ଆଗମନ

ମୁତ୍ୟୁ ର ଆଗମନ

1 min
236

ସେଦିନ ମୃତ୍ୟୁ ମୋ ପାଖକୁ

ଆସିଥିଲା କହି ଦେଇ ଗଲା ମୁଁ

ଅଳ୍ପ ସମୟ ମଧ୍ୟରେ

ତୋ ପାଖେ ପହଞ୍ଚି ଯିବି

ରାତି ର ସେ ଘନ ଅନ୍ଧକାରରେ ବି

ଆଖିକୁ ଆଲୋକ ନଥିଲେ ବି ସବୁକିଛି ଉଜ୍ଜ୍ବଳ

ଦେଖା ଦେଖାଗଲା... 

ଏ କଣ ଏବେ ଏବେ ଜୀବନକୁ

ଭଲ ଭାବେ ଜାଣିଛି

ପୁଣି ତା ସହିତ କିଛି

ସମୟ ବିତାଇବା ପାଇଁ ବହୁତ

ଦିନ ରୁ ଆଶା ଥିଲା

ହେଲେ କଣ ଏ ସବୁ ଏମିତି ହେଇଗଲା 

ଏ ସତ ନା କାଳ୍ପନିକ! 


ସବୁ କିଛି ପାଣି

ପରି ମିଳେଇ ଗଲା

ଦେହ ରୁ ଝାଳ

ହାତ ଗୋଡ଼ ଥର ଥର

ପାଟି ମୁକ ବଧିର ହେଇ ଯାଇଚି

ରକ୍ତ ରୁ ରକ୍ତ କଣିକା ଅଲଗା ହୋଇ 

ପାଣି ପରି ଭାସୁଛି 


ମୁଁ ଜାଣିଛି ଆଗରେ

ସେ ମୋ ପାଇଁ ଅପେକ୍ଷା କରିଛି

କୋଳେଇ ନବ ତା ବାହୁ ରେ ଆଲିଙ୍ଗନ କରି 

ଜଣ ଜଣ କରି ମୋ ଆଖି ଆଗରେ 

ଚାଲି ଯାଇଛନ୍ତି ତା ସହିତ 

ମୁଁ ବି ସେଇ ରାସ୍ତା ଦେଇ ଅତିକ୍ରମ କରିବି 


କିନ୍ତୁ......... 


ଏ ଦେହ ରୁ ଜୀବନ ଗଲା ପରେ 

କିଏ ଦେହ କୁ ଛୁଇଁବ କିଏ? 

ଉଠାଇବ କିଏ? 

ମୁଖାଗ୍ନି ଦେବ କିଏ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama