ଅନ୍ଧାର ର ଚମକ
ଅନ୍ଧାର ର ଚମକ
ଧିରେ ଧିରେ ପାଲଟୁଥିଲି ଭିନ୍ନ ଏକ 'ମୁଁ '
ପିଲାଟିବେଳୁ ' ମା' ଟିକୁ ହରେଇଥିଲି ସାରିଥିଲି ତ
ଭାରି ସ୍ନେହରଙ୍କୁଣା ସାଜୁଥିଲି ଅଜାଣତେ ଆପେ ଆପେ
ତୁମକୁ ବୋଧେ ଛାଇରେ ଚମକଟେ ଭାବିଦେଲି
ସେମିତି ଗୋଟେ ମା 'ମା ' ଆକଳନରେ ମାପିଦେଲି ତୁମକୁ
କଳ୍ପନାର କି ଥାଏ?
ସେ ତ ବିଳାସମୁଖୀ ।।
ଝୁସିହେଲି, ଘୋରିହେଲି, ଲାଖିଗଲି, ସାରିହେଲି ତୁମଠି
ସେଇ ଅତି ପ୍ରିୟ ପରିଚିତ ପଣତର ବାସ୍ନା ଟୋପେ ପାଇବା
ଆଶାରେ ।।
'ଲୋଭ 'ତ ନଥିଲା, ଥିଲା ' ବନ୍ଧନ ' ଟେ ଅଦୃଶ୍ୟ ରେ
କିନ୍ତୁ ତୁମେ ବାନ୍ଧି ହେଇ ଅଣନିଶ୍ବାସୀ ହେଲ
ମୋ ଭଲପାଇବା ଚଉହଦୀରେ
ମୁଁ ବି ବାନ୍ଧିହେବାକୁ ଭଲପାଏନି ମ
ରୁନ୍ଧି ହେଇଯାଏ ।
ତମଠି ଖାଲି ଆଉଜି ଯାଇଥିଲି ଆପଣାପଣର ଛନ୍ଦରେ ଯାହା
କିନ୍ତୁ ଭଲ ହେଲା,
ତୁମେ ଛିଟିକିଗଲ
ମୋ ସତ୍ତା ସତ୍ତା କୁ ପେଲିଦେଇ,
ମିଛଈଶ୍ବରୀ ଥିଲ ବୋଧେ
ଝୁଣ୍ଟି ପଡି ଭାଙ୍ଗି ଦେଉଦେଉ
ଉଠେଇନେଲି ମୁଁ
ଅସ୍ତିତ୍ଵ ମୋର ।।
ହସରୁ ଧାରେ, ମୁକ୍ତ ମନ,ଅଭୟହସ୍ତ
ସବୁ ଯା ହେଉ
ବତୁରି ଗଲେ,ମାଟିରେ ମିଳେଇଗଲେ
ନୋହିଲେ ମୋର କଣ ଥିଲା?
ମୁଁ ତ ପାଣି ପରି,ମାଟି ପରି,ଆଲୋକ ପରି
ଗଢା ପାତ୍ର ଯେମିତି ହେଉ
ଢାଳିହୋଇଯାଏ ଆକାର ନେଇ ।
ନରମ ଥିଲା ବେଳୁ ବୁଲାଣୀ ପକେଇ ଭଲ କଲ
ସଜାଡି ହେଇଗଲି
ବରଫ ପାଲଟୁ ପାଲଟୁ ।