STORYMIRROR

Silu Pradhan

Drama Romance Inspirational

3  

Silu Pradhan

Drama Romance Inspirational

ପୁନରପି-ପ୍ରେମ

ପୁନରପି-ପ୍ରେମ

1 min
378

ପ୍ରଥମ ଦେଖା ହୁଏ ନୟନର ପଲକରେ

ଆଙ୍କିହୁଏ ତା ଚେହେରା କୋମଳ ହୃଦୟରେ

ରୂପ ଓ ରଙ୍ଗର ନିର୍ଝରିଣୀ ଝରଣାରେ

ନିଜକୁ ସାମିଲ କରେ ପ୍ରେମର ଦ୍ୱାରରେ           !!!

ଦୁହେଁ ଦୁହିଁଙ୍କ ପାଇଁ ଥିଲୁ ଅଜଣାରେ

ଚାଲୁଥିଲୁ ଏକା ଏକା ସୁଦୂର ରାସ୍ତାରେ

ପ୍ରେମର ନିଆରା ରଙ୍ଗ କଲା କିମିଆରେ

ଚାଲୁଛନ୍ତି ଦୁହେଁ ଆଜି ଗୋଟିଏ ରାସ୍ତାରେ          !!!

କହିବାକୁ ଇଛା ହୁଏ କେତେ କଥା ଚଞ୍ଚଳପ୍ରାଣରେ 

ଅଭିମାନୀ ମନ କିନ୍ତୁ କହିପାରେନା ତା ସାମ୍ନାରେ

ନୂତନ୍ଵତ ପ୍ରେମଯାତ୍ରାର ପରିଭାଷାରେ

ପ୍ରେମିକା ବି ଅପେକ୍ଷାରତ ପ୍ରେମବାର୍ତ୍ତାର ଆଲିଙ୍ଗନରେ  !!!

ସ୍ପର୍ଶ କରିବାକୁ ଇଛା ହୁଏ ବେଳେ ବେଳେ ମାନସପଟରେ

ସ୍ପର୍ଶ କରିପାରେନା ଶାଶ୍ୱତ ପ୍ରେମର ବାଟରେ 

ପବିତ୍ର ଗଙ୍ଗାର ସେଇ ସ୍ୱଚ୍ଛ ପ୍ରେମରେ

ନିଜକୁ ନାୟିକା ସାଜିଛି ତାରି ନିଳଜଳରାଶିରେ       !!!

ଲାଜଗହଣା ଓ କଜ୍ଵଳ ମୋହିତ ଆଖିରେ

ଆଙ୍କିଥାଏ ଅନେକ ସ୍ୱପର ଅସରନ୍ତି ଭାବନାରେ

ଏକା ଏକା ଗପିଚାଲେ ନିର୍ଜନ ପ୍ରେମଦ୍ୱାରରେ

ସୂର୍ଯ୍ୟ, ଚନ୍ଦ୍ର, ତାରା ସାକ୍ଷୀରୁହନ୍ତି ତା ଜ୍ୱଳନ୍ତ ପ୍ରେମରେ   !!!

ଶୀତକୁହୁଡିର ନୂତନ ପ୍ରେମରେ

ଜଳୁଛୁ ଦୁହେଁ ଆଜି ଦୁହିଁଙ୍କ ପ୍ରେମରେ

ଶୀତଋତୁ ଆସି ଛାଡିଦେଇଯାଇଛି ଶୀତଶଯ୍ୟାରେ

ପ୍ରେମ ଛାଡିଦେଇଯାଇଛି ପ୍ରେମ ରସରେ           !!!

କହିଦିଏ କେତେ କଥା ଆଖିରେ ଆଖିରେ

ସେ ଆଖିକୁ ଦେଖିବାକୁ ଇଛା ହୁଏ ଏକଲୟରେ

ଅଶ୍ରୁ ଛଳଛଳ ଆଖି ଦ୍ୱୟରେ

ଓଠକୁ ଭିଯାଏ ତାର ପ୍ରେମର ସଂଘର୍ଷରେ         !!!

ଚଞ୍ଚଳ ମନ ଆଜି ବ୍ୟତିବ୍ୟସ୍ତ କିଛି ବ୍ୟକ୍ତ କରିବାରେ

ପ୍ରେମର ଏଇ ମନ ଆଜି ଅଧା ରାସ୍ତାରେ

ପ୍ରେମିକା ବି ଅପେକ୍ଷାରତ ପ୍ରେମର ସବାରୀରେ

କେବେ ଆସିବ ପ୍ରେମର ବାର୍ତ୍ତା  ପବନର ଆଗମନେ     !!!

ମନେ ଆସିଯାଏ ଦିବାରାତ୍ର ତା ଚେହେରା

କି ଯାଦୁକରିଛି ତାର ସେଇ ରୂପଅସରା

ଧିପ ଧିପ ପାଦ ଶବ୍ଦର ଚାଲିରେ

ସୁନ୍ଦର ଉପସ୍ଥିତିର ଝଲକ ବୁଣିଯାଏ ହୃଦୟରେ       !!!

ଇଛା ହୁଏ ରହିବାକୁ ସବୁବେଳେ ତା ସାଥିରେ

ସମାଜ ବାଧକ ସାଜେ ଦୁହିଁଙ୍କ ରାସ୍ତାରେ

ପ୍ରେମରଙ୍ଗର ଏଇ ଅଭିନବ ପରୀକ୍ଷାରେ

ଦୁହିଁଙ୍କୁ ବାନ୍ଧିଥାଏ ପ୍ରେମର ପ୍ରଶ୍ନ ଓ ଉତ୍ତରରେ        !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama