ପ୍ରେମ -ବିରହ
ପ୍ରେମ -ବିରହ
ଆସିଥିଲା ଦିନେ ସୁଖର ପାହାଡ଼ ନେଇ
ଛାଡିଦେଇଗଲା ଆଖିରେ ଅସରାଏ ଲୁହଦେଇ
ଜୀବନର ଶୂନ୍ୟତାକୁ ଭରିଥିଲା ହାତଧରି
ପରିପୂର୍ଣ୍ଣତାକୁ ରୂପ ଦେଇଥିଲା ସାଥେରହି ।
ପ୍ରେମ ଝରଣାର ଦୁହେଁ ଥିଲେ ପ୍ରତୀକ
ଝରଣାର ନିନାଦରେ ଦୁଇଆତ୍ମା ହେଉଥିଲା ଗୁଞ୍ଜିତ
କୋମଳ କଥାକହି ହୃଦୟକୁ ଜିଣିଥିଲା
ଛଳନାର କଥାକହି ହୃଦୟକୁ ଭାଙ୍ଗିଲା ।
ଦେଖାଉଥିଲା କେତେ ସ୍ବପ୍ନ ତା ଆଖିରେ
ସେ ସ୍ବପ୍ନ ରହିଗଲା ଆଜି ଅଧାରାସ୍ତାରେ
ସ୍ୱପ୍ନ ସାଗରରେ ଦୁହେଁ ଥିଲେ ନାୟକ ନାୟିକା
ଚିତ୍ରିତ କରୁଥିଲେ ଦୁହେଁ ଦୁହିଁଙ୍କୁ ମିଳିମିଶିକା ।
ହୃଦୟ ମନା କରୁଥିଲା ଯିବାକୁ ତା ପ୍ରେମରେ
ଆମାନିଆ ମନ ମସଗୁଲ ହୋଇଗଲା ତା ପ୍ରେମରେ
କୋମଳ ହୃଦୟ ମୋର କେବେ ଭାଙ୍ଗିନଥିଲା
ଯାଦୁକରୀ ପ୍ରେମଜାଲ୍ଲରେ ମୋତେ ଫସେଇଦେଲା ।
ଦୁନିଆ କହୁଛି ମୁ ଚାଲୁଥିଲି ଅବାଟରେ
କିଏ ଜାଣିଥିଲା ପ୍ରେମ ଆସିଥିଲା ପରିପୂର୍ଣ୍ଣ ଛଳନାରେ
ସମାଜ ପାଖରେ ନିଜ ମଥାକୁ ପାତିଛି
ଯିଏ ଯାହା କହୁଛି ସବୁ ଆଦରି ନେଉଛି ।
ପ୍ରେମ ବି ଆଣିପାରେ ବିରହର ବେଦନାକୁ
ଯନ୍ତ୍ରଣାରେ ଜର୍ଜରିତ କରେ ଜୀବନ୍ତ ପ୍ରାଣକୁ
ନୂତନ ପ୍ରେମର ଏଇ ନୂତନ ବିରହରେ
ଶିକ୍ଷା ଦେଇ ଚାଲିଗଲା ପ୍ରେମର ନିଆଁରେ ।।