STORYMIRROR

Silu Pradhan

Romance Action Thriller

4  

Silu Pradhan

Romance Action Thriller

ପ୍ରେମ -ବିରହ

ପ୍ରେମ -ବିରହ

1 min
419

ଆସିଥିଲା ଦିନେ ସୁଖର ପାହାଡ଼ ନେଇ

ଛାଡିଦେଇଗଲା ଆଖିରେ ଅସରାଏ ଲୁହଦେଇ

ଜୀବନର ଶୂନ୍ୟତାକୁ ଭରିଥିଲା ହାତଧରି

ପରିପୂର୍ଣ୍ଣତାକୁ ରୂପ ଦେଇଥିଲା ସାଥେରହି ।

ପ୍ରେମ ଝରଣାର ଦୁହେଁ ଥିଲେ ପ୍ରତୀକ

ଝରଣାର ନିନାଦରେ ଦୁଇଆତ୍ମା ହେଉଥିଲା ଗୁଞ୍ଜିତ

କୋମଳ କଥାକହି ହୃଦୟକୁ ଜିଣିଥିଲା

ଛଳନାର କଥାକହି ହୃଦୟକୁ ଭାଙ୍ଗିଲା ।

ଦେଖାଉଥିଲା କେତେ ସ୍ବପ୍ନ ତା ଆଖିରେ

ସେ ସ୍ବପ୍ନ ରହିଗଲା ଆଜି ଅଧାରାସ୍ତାରେ

ସ୍ୱପ୍ନ ସାଗରରେ ଦୁହେଁ ଥିଲେ ନାୟକ ନାୟିକା

ଚିତ୍ରିତ କରୁଥିଲେ ଦୁହେଁ ଦୁହିଁଙ୍କୁ ମିଳିମିଶିକା ।

ହୃଦୟ ମନା କରୁଥିଲା ଯିବାକୁ ତା ପ୍ରେମରେ

ଆମାନିଆ ମନ ମସଗୁଲ ହୋଇଗଲା ତା ପ୍ରେମରେ

କୋମଳ ହୃଦୟ ମୋର କେବେ ଭାଙ୍ଗିନଥିଲା

ଯାଦୁକରୀ ପ୍ରେମଜାଲ୍ଲରେ ମୋତେ ଫସେଇଦେଲା ।

ଦୁନିଆ କହୁଛି ମୁ ଚାଲୁଥିଲି ଅବାଟରେ

କିଏ ଜାଣିଥିଲା ପ୍ରେମ ଆସିଥିଲା ପରିପୂର୍ଣ୍ଣ ଛଳନାରେ

ସମାଜ ପାଖରେ ନିଜ ମଥାକୁ ପାତିଛି

ଯିଏ ଯାହା କହୁଛି ସବୁ ଆଦରି ନେଉଛି ।

ପ୍ରେମ ବି ଆଣିପାରେ ବିରହର ବେଦନାକୁ

ଯନ୍ତ୍ରଣାରେ ଜର୍ଜରିତ କରେ ଜୀବନ୍ତ ପ୍ରାଣକୁ

ନୂତନ ପ୍ରେମର ଏଇ ନୂତନ ବିରହରେ

ଶିକ୍ଷା ଦେଇ ଚାଲିଗଲା ପ୍ରେମର ନିଆଁରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance