ଅଭୁଲା ପ୍ରେମ
ଅଭୁଲା ପ୍ରେମ
ଚୁଲବୁଲି ଚେହେରାଟେ ନାଚିଯାଏ ଆଖିଆଗରେ
ଦୁରେଥାଇ ବାଛିହୋଇଯାଏ ସଦା ଭିଡଭିତରେ
ହସି ହସି ବାଟ ଚାଲିଯାଏ ମୋ ସାମ୍ନାରେ
କାରଣଟେ ଵନିଯାଏ ମୋ ହୃଦୟସ୍ପନ୍ଦନରେ !!
ମିଠା ମିଠା ବାଣୀର ପରସରେ ନିଜର କରେ
ମୋ ହୃଦୟ ରାଇଜରେ ସଦା ରାଜକରେ
ଦିନରାତି ବିତୁଛି ଆଜି ତୋତେ ବସି ଚାହିଁବାରେ
ମତୁଆଲା କରିଦେଲୁ ତୋ ପ୍ରୀତିଫଗୁଣରେ !!
ଶୁଭବାର୍ତ୍ତା ହୋଇ ଆସିଲୁ ମୋ ଜୀବନରେ
ଖୁସିସବୁ ବୁଣିଦେଲୁ ମୋ ଚଲାପଥରେ
ଜୀବନକୁ ସରସ ସୁନ୍ଦର କଲୁ ତୋ ପରସରେ
ସମସ୍ତ ଯନ୍ତ୍ରଣାକୁ ଅପସରିଦେଲୁ ନିମିଷକରେ !!
ରାଧା ବି ଜଳିଛି କାହ୍ନା ବି ଜଳିଛି
ପ୍ରତିଟି ଲୁହରେ ପ୍ରେମକୁ ଗଢ଼ିଛି
ପ୍ରେମ ସଂଜୀବନୀ ହୋଇ ମୋ ଜୀବନେ ଆସିଛି
ପ୍ରେମ ଦୀପ ହୋଇ ମୋ ହୃଦୟେ ଜଳୁଛି !!
ପ୍ରେମକୁ ସହଜେ ସମାଜ ଆଦରି ପାରୁନି
ଅବସ୍ରାନ୍ତ ପ୍ରେମ କିଛିକ୍ଷଣ ମୌନ ବସିଛି
ପବିତ୍ର ସମ୍ପର୍କ ଆଜି ନାନା ପ୍ରଶ୍ନକୁ ଆଦରିଛି
ପ୍ରେମର ବାର୍ତ୍ତାକୁ ଇଶ୍ୱରଙ୍କ ହାତେ ଛାଡିଦେଇଛି !!
ସମୟ ସରିଛି ଆୟୁ ବି ସରିଛି
ସମ୍ପର୍କରେ କେତେ ବାଧା ବି ଆସିଛି
ପ୍ରେମର ଏଇ ଡୋର ମଜବୁତ ହୋଇଛି
ଦୁହିଁଙ୍କୁ ଗୋଟିଏ ଡୋରରେ ବାନ୍ଧିରଖିଛି !!
କୃଷ୍ଣଚୂଡ଼ାପରି ଭରାଯୌବନ ମଉଳି ଯାଇଛି
ପ୍ରେମର ଏଇ ସମ୍ପର୍କ ଚିର ଅମର ରହିଛି
ପ୍ରାଣ ଛାଡିଗଲେ ଏ ଶରୀର ମାଟିରେ ମିଶିଛି
ପ୍ରେମର ଅଭିନବ ବାର୍ତ୍ତା ସଭିଙ୍କୁ ଆଦୃତ କରିଛି !!

