Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Silu Pradhan

Romance Tragedy Action

3  

Silu Pradhan

Romance Tragedy Action

ପ୍ରିୟା ଆଖିରେ

ପ୍ରିୟା ଆଖିରେ

1 min
336


ପ୍ରିୟା ନାଇଛି କଜଳ ତା ଆଖିରେ


ଦେଖୁଛି ମୋତେ ତା ଲାଜୁଆ ଆଖିରେ


କହିଯାଏ କେତେ କଥା ଆଖିମିଟିକାରେ


ମୁହଁମୋଡ଼ି ଚାଲିଯାଏ ମୁଁ ବୁଝି ନ ପାରିଲେ        !


କାଉଁରୀ କାମାକ୍ଷ୍ୟା ଯାଦୁ ତୋ ଆଖିରେ


ଭାବନା ମନ୍ଦିରରେ ସଦା ମୋତେ ଭିଯାଏ


ଯେତେଥର ଭାବେ ତା ଭାବରେ ଭିଜେ


ପ୍ରୀତିଫଗୁଣରେ ମୋତେ ନିଜର କରାଏ       !


ଅସୁମାରୀ ସ୍ୱପ୍ନ ଆଙ୍କେ ତା ଆଖିରେ


ମୋତେ ରଖିଥାଏ ସଦା ହୃଦୟ ସ୍ପନ୍ଦନେ


ଦିବାରାତ୍ର ବିତାଇଛି ଉଜାଗରେ ନୀରବରେ


ମୋ ବାଟକୁ ଚାହିଁ ବସିଛି ତିମିଅନ୍ଧାରରେ        !


ନିଦକୁ ମାରିଛି ତା କୋମଳ ଆଖିରେ


ବିନାସ୍ୱାର୍ଥରେ ଗପିଚାଲେ ରାକାରଜନୀରେ


ନୂତନ ପ୍ରେମ କେବେ ବିରାମ ନେଇନି


ପ୍ରେମ ଆଞ୍ଜୁଳାରେ ଦୁହିଁଙ୍କୁ ରଖିଛି ସାଇତି       !


ତୋ ଆଖିର ସେଇ ମିଠା ନଜରରେ


ପାଗଳ କରିଛି ମୋତେ ତୋ ପ୍ରେମ ପରଶରେ


ତୋତେ ରଖିଛି ମୁଁ ମୋ ହୃଦୟମନ୍ଦିରରେ


ନିଜର କରିନେବି ଦିନେ ପ୍ରେମ ପାଲିଙ୍କିରେ      !


ଭରସା ଅନେକ ଦେଇଛି ତୋ ଆଖି


ପ୍ରତାରଣା'ର ମହକ'ଠୁ ମୋତେ ରଖିଛି ଦୁରେଇ


ସୁମରଣା କରେ ସଦା ଇଶ୍ଵରଙ୍କ ନିକଟରେ


ଚିରକାଳ ପାଇଁ ରହୁ ଏ ସମ୍ପର୍କ ଦୁହିଁଙ୍କ ଭିତରେ    !


ତୋ ଆଖି ଯେବେ ଭରିଯାଏ ଲୁହରେ


ଯନ୍ତ୍ରଣାର କୁହୁକ ମୋ ହୃଦୟେ ବାଜେ


ସମୟ ଚକ୍ରର ଡୋରି କେବେ ଲୁହ ନ ଆଣୁ


ଆମ ଦୁହିଁଙ୍କର ଯୋଡି ସଦା ହସୁଥାଉ         !


Rate this content
Log in

Similar oriya poem from Romance