ନୀରବତା
ନୀରବତା
ତୁମ ନୀରବତା ଘାରୁଛି ମୋତେ
ଦିବାରାତ୍ର ଆଜି ବିତୁଛି ଦ୍ୱନ୍ଦରେ
ବହୁଦିନ ପରେ ପ୍ରିୟା ମୋ ରୂଷିଛି
ମେଘମହ୍ଲାରରେ ତା ରାଗକୁ ଢାଙ୍କିଛି !!
ତୁମେ ହସିଦେଲେ ପ୍ରିୟା ମୁକୁତା ଝରେ
ସେ ହସରେ ମୋ ପ୍ରାଣ ଭରିଯାଏ
ପହିଲି ପ୍ରେମର ପିଆଲା ହସରେ
ପ୍ରେମର ନିଶାକୁ ହୃଦୟେ ଜଗାଏ !!
ତୁମେ ରାଗିଗଲ ଟିକିଏ କଥାରେ
ହାତଛାଡି ଚାଲିଗଲ ନିର୍ଜନ ରାସ୍ତାରେ
ଜହ୍ନ ଆଲୁଅରେ ପ୍ରିୟା ନୀରବେ ବସିଛି
ରାତ୍ରିର ନୀରବତା ପ୍ରିୟାକୁ ଦେଖି ଗୁମୁରି ହସୁଛି !!
ତୁମେ ମୋ ମନର ଇଛା୍ମତୀ
ନୀରବତାକୁ କିହିଁକି ଧରିଛ ଏମିତି
ଦୁନିଆ ଜାଣେନା ତୁମେ ଜାଣଖାଲି
ତୁମ ପାଇଁ ମୁଁ କେତେ ହୁଏ ଘାରି !!
ଗୋଲାପୀ ଓଠରେ ତୁମେ ହସକୁ ମାରିଛ
ଅଭିମାନେ ନିରବତାକୁ ହୃଦୟେ ଧରିଛ
ଭୁଲିବାକୁ ଚେଷ୍ଟାକରି ଭୁଲିବି ପାରୁନ
ଦୂରେ ରହି ପ୍ରେମର ଡୋରକୁ ନିଜେ ବାନ୍ଧୁଛ !!
ଶୁଭସକାଳ ଆଜି ବିସ୍ମିତ ହେଉଛି
ପ୍ରେମ ଜୁଆରରେ ଭଟ୍ଟା କିଏ ଆଣିଛି
ଶାଶ୍ୱତ ପ୍ରେମର ଅଭୁଲା ବାରିଧାରାରେ
ପ୍ରେମିକା ଝୁରୁଛି ତାର ପୁରୁଣା ସ୍ମୃତିରେ !!
ପବନ ଆଜି ଗୁମୁରି ଗୁମୁରି ବହୁଛି
ନିରବତାକୁ ଭାଙ୍ଗିବାକୁ ଅହରହ ପ୍ରୟାସ କରୁଛି
ଚଞ୍ଚଳ ମନ ଆଜି କେତେ କଣ ଭାବୁଛି
ପ୍ରିୟାର ଅନୁପସ୍ଥିତିକୁ ସହଜରେ ଆଦରି ପାରୁନି !!
ଗୋଧୂଳି ସନ୍ଧ୍ୟା ଆଜି ଫିକା ପଡିଛି
ପ୍ରିୟାର ବାଟକୁ ଚାହିଁ ବସିଛ
ସତେ ପ୍ରିୟା ମୋ ଆସିବ ନୀରବତା ଭାଙ୍ଗି
ପ୍ରେମବର୍ଷାରେ ସବୁ ରାଗକୁ ଦେବ ଭୁଲେଇ !!

