STORYMIRROR

Sunanda Mohanty

Abstract Drama Others

4  

Sunanda Mohanty

Abstract Drama Others

ଅଢେଇ ଦିନର ବଡେଇ ଯାଉ ତୁଟି

ଅଢେଇ ଦିନର ବଡେଇ ଯାଉ ତୁଟି

1 min
287


ଫିଟିଯାଉ ଗଣ୍ଠି ରାଗ ରୁଷା ତୁଟି 

ହାତରେ ହାତ ମିଶାଇ ଏଠି 

ଅଢେଇ ଦିନକୁ ଫିଟି ଯାଉ କଟି 

ଭାଇଚାରା ପରଷିଯାଉ ସବୁଠି 

ଆକାଶର ତାରା ଆଖି ତରାଟି 

କରି ମିଟିମିଟି ପାଞ୍ଚ ଆଙ୍ଗୁଠି 

ଅସମାନ ସତ ମିଶିଗଲେ ପଞ୍ଚାମୃତ 

ପଞ୍ଚଫୁଟଣ ପରି ଵାସ ଚହଟି 

ବଡ଼ପୁରୁଷ ଗୁରୁଗୁରୁଜନ ଫିଟାଇ ପାଟି 

କହିଛନ୍ତି କଥାଟି ଗଣ୍ଠି ଏଠି 

କେତେ ବରପୁତ୍ର ଆସିଲେ ଗଲେ ଫିଟି 

ସଂସାର ନିୟମେ ଥିଲେ ଫୁଟି 

ବୋଉ କହେ ମସଲା ବେସରକୁ ବାଟି 

ପାଞ୍ଚ ପଚିଶ ମିଶି ଜୟ ସବୁଠି 

ଶିଶୁର ଅଳ୍ପ ହସ କଥା ଗୁଲୁଗୁଲୁ ଦରୋଟି

କହେ କଣ୍ଢେଇ ମୋ କେତେ ଏଠି 

ଏକ ଦୁଇ ତିନି ଚାରି ପାଞ୍ଚ ଦେଖି ଆଙ୍ଗୁଠି 

ହସି ହସି ଶିଶୁ ଯାଏ ଲୋଟି 

ଶିକ୍ଷା ମିଳିଯାଏ ଯାହା ପାଇଛେ ଗୋଟି 

ଅଧିକ ଆଶାରେ ଅନ୍ୟ ଭରସାରେ 

ପଛକୁ ଆଗକୁ ନଲେଉଟି 

ପାଦ ପକେଇବା ଗୋଟି ଗୋଟି 

ତେବେ ମିଳିଯିବ ଉପରବାଲାଙ୍କ ଭେଟି 

ଫିଟୁ କଟି ଗଣ୍ଠି ଜୀଵନ ମୋହ ମାୟା ଛୁଟି 

ପକ୍ଷୀତ କହୁଛି ଅଣଷଠି କରି ପାଟି 

ଟି ଆଉ ଠି ମିଶି କେତେଠି ଝୁଣ୍ଟି 

କା କା କହି କାଉ ଡାକିଲାଣି ସକାଳୁ ଉଠି 

ଦେଖିବାକୁ ଖୁଣ୍ଟିନାଣ୍ଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract