STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

କୃଷ୍ଣ ଜନ୍ମାଷ୍ଟମୀ

କୃଷ୍ଣ ଜନ୍ମାଷ୍ଟମୀ

1 min
324


ରୋହିଣୀ ନକ୍ଷେତ୍ର ଭାଦ୍ରବ ମାସର


ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ,


ହସ ଉଲ୍ଲାସରେ ତିରିଶ ଅଗଷ୍ଟ


ମାନିବେ ପ୍ରଭୁଙ୍କ ଜନ୍ମ।୧।


ସମ୍ପୂର୍ଣ୍ଣ ଦେଶରେ ପ୍ରଭୁ ଜନ୍ମାଷ୍ଟମୀ


ଗୁଞ୍ଜୁ ଥିବ ଘରେ ଘରେ,


କୃଷ୍ଣ ଉପାସନା କରିବେ ମହିଳା


ପ୍ରେମ ଭକ୍ତି ଶ୍ରଦ୍ଧା ଭରେ।୨।


ସଜ୍ଜିତ ହୋଇଛି କାହ୍ନାଙ୍କ ମନ୍ଦିର


ଗୁଞ୍ଜୁ ଥିବ ପ୍ରଭୁ ନାମ,


ଜଗତ କଲ୍ୟାଣେ ଜନ୍ମଟି ଯାହାର


ସେହୁତ ପରମ ଧାମ।୩।


ଭୟଙ୍କର ରାତି ରୋହିଣୀ ନକ୍ଷେତ୍ରେ


ବନ୍ଦୀ ଗୃହେ ପ୍ରଭୁ ଜନ୍ମ,


ଦେବକୀ ନନ୍ଦନ ପ୍ରଭୁ ନିରଞ୍ଜନ


ପାପୀ ବିନାଶନେ ଜନ୍ମ।୪।


ଜନ୍ମ ଦେଲେ ଦେବୀ ନ ଦେଖିଲେ କିଛି


ଆକାଶୁ ଶୁଭିଲା ସ୍ବନ୍ନ,


ବସୁଦେବ ଶୁଣି ପ୍ରଫୁଲ୍ଲ ହୋଇଲେ


ଶୁଣିଲେ ପ୍ରଭୁଙ୍କ ସ୍ବନ୍ନ।୫।


ଶୁଣ ବସୁଦେବ ଛାଡି ଆସ ପୁତ୍ରେ


ଗୋକୁଳକୁ ଯାଅ ଶୀଘ୍ର,


ଛାଡ଼ି ଆସ ପୁତ୍ରେ ଯଶୋଦା କଳରେ


ପୁତ୍ରୀ ଘେନି ଆସ ଶୀଘ୍ର।୬।


ଶୂନ୍ୟ ବାଣୀ ଶୁଣି ପୁତ୍ରକୁ ଧରିଲେ


ଚାରି ଆଡ଼େ ପ୍ରକାଶିତ,


ଗୃହରକ୍ଷୀ ତହିଁ ଚେତାଶୂନ୍ୟ ହେଲେ


ସବୁ ଅଟେ ପ୍ରଭୁ ହସ୍ତ।୭।


ଘନଘନ ବର୍ଷା ସଙ୍ଗକୁ ବିଜୁଳି


କମ୍ପୀ ଉଠୁ ଥାଏ ମହି,


ପୁତ୍ରକୁ ଧରିଣ ଦେବ ବସୁଦେବ


ପୁତ୍ରେ ବୋହି ଛନ୍ତି ସେହି।୮।


ଜାଣି ନ ପାରିଲେ ଗୋକୁଳେ ଆସିଲେ


ଯଶୋଦା ପାଖକୁ ଗଲେ,


ପୁତ୍ରୀ ଜନ୍ମଦେଇ ସୋଇ ଛନ୍ତି ଦେବୀ


ପୁତ୍ରକୁ କଳରେ ଦେଲେ।୯।


ପୁତ୍ରୀ କୁ ଧରିଣ ଶୀଘ୍ରେ ହିଁ ସେଠାରୁ


ମଥୁରା କୁ ଆସି ଗଲେ,


ଦେବକୀ କଳରେ ପୁତ୍ରୀ କୁ ଦେଇଣ


ପ୍ରଭୁ ପ୍ରଭୁ ଜପ କଲେ।୧୦।


ମାୟାଧର ସେହୁ ମାୟା ହିଁ କରିଲେ


ଜାଣି ନ ପାରିଲେ କେହୁ,


ଜଗତ କଲ୍ୟାଣ ଜନ୍ମଟି ତାଙ୍କର


ନିରାକାର ନାଥ ସେହୁ।୧୧।


ଶୁଭ ମୂହୁର୍ତ୍ତରେ ଜନ୍ମର କାଳରେ


ପୂଜୁ ଥାଏ ଭକ୍ତ ତାଙ୍କୁ,


ଉପବାସ କରି ମହିଳା ପୁରୁଷେ


ଭକ୍ତିରେ ପୂଜନ୍ତି ତାଙ୍କୁ।୧୨।


କୃଷ୍ଣ କୃଷ୍ଣ ରାବ୍ ଗୁଞ୍ଜେଟି ମନ୍ଦିରେ


ଭକ୍ତଙ୍କର ଶ୍ରୀମୁଖରେ,


ଶଙ୍ଖ ହୁଳହୁଳି ମହିଳା ଦିଅନ୍ତି


ପଟାନ୍ତର ନାହିଁ ତାରେ।୧୩।


ମନବାଞ୍ଛା ଭକ୍ତେ ପୂରଣ କରନ୍ତି


କୃପାସିନ୍ଧୁ ପ୍ରଭୁ ସେହୁ,


ପବିତ୍ର ଦିନଟି କୃଷ୍ଣ ଜନ୍ମାଷ୍ଟମୀ


ସନାତନୀ କରେ ଏହୁ।୧୪।


ଅନ୍ୟାୟର ଦୃଶ୍ୟ ଘୁଞ୍ଚି ଯାଉ ଦେଶୁ


ଦେଶବାସୀ ମନବାଞ୍ଛା,


ପୂରଣ କରିବେ ଜଗତ ଠାକୁର


ଭକ୍ତଙ୍କର ମନବାଞ୍ଛା।୧୫।


ରୋହିଣୀ ନକ୍ଷେତ୍ର ଭାଦ୍ରବ ମାସରେ


ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ,


ହସ ଉଲ୍ଲାସରେ ତିରିଶ ଅଗଷ୍ଟ


ମାନିବେ ପ୍ରଭୁଙ୍କ ଜନ୍ମ।୧୬।


କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ବିଚ୍ଛନ୍ନାଚଳରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ଜଗତର ମଙ୍ଗଳ କର ନାଥ।ଅନ୍ୟାୟ ଅତ୍ୟାଚାର ଦୂର ହେଉ।ଦେଶ ସତ୍ୟ ଧର୍ମ ପଥଗାମୀ ହେଉ।ଦେଶର ଶତ୍ରୁ ଓ ଆତଙ୍କବାଦୀଙ୍କ ବିନାଶ ହେଉ। ଆତ୍ମନିର୍ଭର ଦେଶ ହେଉ।ଆତ୍ମବିଶ୍ୱାସର ମନ୍ତ୍ର ଜନଜନ ମଧ୍ୟରେ ଗୁଞ୍ଜନ କରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama