ବେକାରୀ ସମସ୍ୟା ସମାଧାନ ପନ୍ଥା
ବେକାରୀ ସମସ୍ୟା ସମାଧାନ ପନ୍ଥା
ବେକାରୀ ସମସ୍ୟା ବଢ଼ି ଯାଉଅଛି
ମୋ ସରକାର ଟିକେ ଶୁଣ ଗୁହାରି
ଓଡ଼ିଆ ବେକାରୀ ସମସ୍ୟା ଉପରେ
ନଜର ବୁଲାଅ ଆହୁରି ।
ଏହି ସମସ୍ୟାର ସମାଧାନ ପାଇଁ
କର କିଛି ଗୋଟେ ପନ୍ଥା
ବେକାରୀ ସମସ୍ୟା ଦୂର ନ ହୋଇଲେ
ଓଡ଼ିଶା ପଡ଼ିବ ବନ୍ଧା ।
ଏ ପନ୍ଥାର ଯଦି ଉପାୟ ରହିଛି
କର କିଛିଗୋଟେ ନବୀନ
ଦେବଦୂତ ନବୀନ ତୃତୀୟ ଗ୍ରନ୍ଥକୁ
କରନ୍ତୁ ନିଶ୍ଚୟ ପଠନ ।
ବଣମଲ୍ଲୀ ଏଠି ବଣରେ ଫୁଟିକି
ବଣରେ ଯାଉଚି ଝଡି
ପଳାଶ ଫୁଲକୁ ସମସ୍ତେ ଚିହ୍ନନ୍ତି
ନେଇ ଯାଆନ୍ତି ଉଠି ପଡି ।
କେତେଦିନ ଆଉ ଦୁଃଖ କଷ୍ଟରେ
ଚାଲିବ ଆମ ଜୀବନ
ନବୀନ ତୁମେ ଦେବଦୂତ ହୋଇ
କର ଆମକୁ ଉଦ୍ଧାଋଣ ।
ଯୁବକ ଯୁବତୀ କେତେ ଆଶା ନେଇ
ତୁମକୁ ରହିଛନ୍ତି ଚାହିଁ
କେବେ ତାଙ୍କ ଆଶା ପୁରଣ କରିବ
ଚାକିରୀ ଖଣ୍ଡକ ପାଇଁ ।
ଆଶା ତାଙ୍କ ଆଜି ଆଶାରେ ରହିଲା
କେହି ପାରିଲେନି ବୁଝି
ଏହି ରାଜ୍ୟ ଋଣ ଆହୁରି ବଢିଲା
କେହି ପାରିବେନି କି ସୁଜି ?
ଓଡ଼ିଶାର ନାମ ଦେଶେ ବିଖ୍ୟାତ
ବାହାର ରାଜ୍ୟରେ ଦାଦନ ଖଟି
ପୋଷୁଛନ୍ତି ନିଜ ପେଟ
କେମିତି ଓଡ଼ିଶା ଖ୍ୟାତ !
ଭରସା କରିଣ ସରକାରଙ୍କୁ
ରହିଛନ୍ତି ବାଟ ଚାହିଁ
କେବେ ତାଙ୍କ ଓଠେ ହସ ଫୁଟିବ
କୁହ ହେ ଓଡ଼ିଶା ସାଇଁ ।
ଅନେକ ପ୍ରତିଭା ମାଟିରେ ମିଶୁଛି
କେହି ପାରୁ ନାହାଁନ୍ତି ତା ଜାଣି
ତାଙ୍କରି ଦୁଃଖକୁ କିଏ ସେ ବୁଝିବ
ବୁଝ ତୁମେ ରାଜ୍ୟ ମଣି ।
ନବୀନ ତୁମେ ଏ ରାଜ୍ୟର
ଅଟ ଯେ ମଉଡ ମଣି
ଆମର ଦୁଃଖକୁ ବୁଝି ପାରିବ
ତୁମେ ସବୁ କିଛି ଜାଣି ।
ହଜାରେ କବିତା ଲେଖିଛି ନବୀନ
ଖାସ୍ ତୁମରି ପାଇଁ
ସବୁଥିରେ ତୁମେ ନାୟକ ସାଯିଛ
ଗୋଟିକରେ ଖାଲି ନାହିଁ ।
ତୁମ ବିନୁ ମୋର ସେଇ କବିତାଟି
କାହାଣୀ ରହିଛି ଅଧା
ମିଛ ସପନର ମନ ସିନ୍ଦୁକରେ
ବେକାରୀ ପଡ଼ିଛି ବନ୍ଧା ।
