STORYMIRROR

premalata sahoo

Others

3  

premalata sahoo

Others

ନାରୀ କେବେ ନୁହେଁ

ନାରୀ କେବେ ନୁହେଁ

1 min
216


ନାରୀ କେବେ ନୁହେଁ କାଚର କଣ୍ଢେଇ

ଖେଳି ଦେଇ ଫିଙ୍ଗି ଦେବ,

ନାରୀ କେବେ ନୁହେଁ ପଣ୍ୟ ଦ୍ରବ୍ୟଟିଏ

ବଜାରରେ ତାକୁ ବିକିବ।।


ନାରୀ କେବେ ନୁହେଁ ଅଲୋଡା ଅଳିଆ

ଆବର୍ଜନା ତାକୁ ଭାବିବ,

କନ୍ୟା ଭ୍ରୂଣଟିଏ ଜାଣିବା ତତ୍ କ୍ଷଣି

ମାଆ ପେଟରେ ହିଁ ମାରି ଦେବ।।


ନାରୀଟିଏ ନୁହେଁ ବେଶ୍ୟା, ବାରଙ୍ଗନା

ତା ଇଜ୍ଜତ ସହିତ ଖେଳିବ,

ପର ବୋହୂ ଝିଅକୁ ମାଲ୍ ବୋଲି ଭାବି

କୁଦୃଷ୍ଟି ରେ ତାକୁ ଚାହିଁବ।।


ନାରୀ ପରା ଅଟେ କନ୍ୟାରତ୍ନଟିଏ

ରତ୍ନ ପରି ଚମକିବ,

ଦୁଇ କୂଳ ହିତା ସାଜିବ ସେ ପୁଣି

ଗରଭ ଯନ୍ତ୍ରଣା ସହିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍