STORYMIRROR

premalata sahoo

Others

3  

premalata sahoo

Others

ଜୟ ମାଆ ଦୁର୍ଗା

ଜୟ ମାଆ ଦୁର୍ଗା

1 min
203


ଜୟ ମାଆ ଦୁର୍ଗା ଦୁର୍ଗତିନାଶିନୀ 

ମଙ୍ଗଳ ୟୀ ତୁ ମାଆ,

ବୁଡିବା ଭେଳା ମୋ ଉଦ୍ଧାରିବ ଯାଇ

ହେଲେ ତୁ ଲୋ ମାଆ ସାହା।।


କେତେ ରୂପ ତୋର କେତେ ଯେ ଶକତି

ପାଉ ଅଛୁ ପୂଜା ସର୍ବତ୍ର,

ମୁଁ ଛାର ହୀନ ଦୁଃଖିନୀଟିଏ ମାଆ

କ୍ଷୁଦ୍ର ପ୍ରାଣୀଟିଏ ମାତ୍ର।।


ଜଗତ ଜନନୀ ତୁହି ମା ଭବାନୀ

ଦୁଷ୍ଟର ସଂହାର କରୁ,

ପାପ କ୍ଷୟ କରି ଧର୍ମକୁ ସ୍ଥାପୁ ତୁ

ତୁ ଅଟଳ ମହାମେରୁ।।


ଆଦି ଅନ୍ତ ତୋର ପାଇ ନାହିଁ କେହି

ବ୍ରହ୍ମା ବି ହୋଇ ଥିଲେ ଵାଇ,

ଆଦିଶକ୍ତି ମାଆ ଲୋ ଯୋଗସମ୍ଭୂତା

ତୋ ଶକ୍ତିର କଳନା ନାହିଁ।।


କୃପା ସାଗରୀ ତୋ କୃପା ବର୍ଷା କରି

ଜଗତ ଉଦ୍ଧାର କରି,

ଦାନବ ରାକ୍ଷସ ଦୈତ୍ୟମାନଙ୍କୁ

ଦେଇଚୁ ଜୀବନୁ ମାରି।।


ତୋ ନାମକୁ ଯିଏ ସଂଜ ସକାଳରେ 

ଜପୁଥିବ ମନ ଦେଇ,

ଦୁଃଖ ଶୋକ କଷ୍ଟ ହେବ ନାହିଁ କେବେ

ମାଡ଼ିବନି ତାର ଛାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍