STORYMIRROR

premalata sahoo

Tragedy

3  

premalata sahoo

Tragedy

କୋ ରନା ର କୋରା

କୋ ରନା ର କୋରା

1 min
192


କୋରନା ଗ୍ରାସୁଛି ସମାଜକୁ ଆମ

ଚାରି ଆଡେ଼ ହା ହା କାର,

ଚାକିରୀ ଖଣ୍ଡିକ ହାତ ଛଡ଼ା ହେଲା

ହେଲିଣି ଫୁଲ୍ ବେକାର।।

ପରିବାର ଦର ଯେମିତି ବଢୁଛି

ହୁ ହୁ ହେଇ କରି,

ଲାଗୁଛି ଯେମିତି ଏଇ ବରଷରେ 

ଦେବ ସେ ଲୋକଙ୍କୁ ମାରି।।

କୁଟୁମ୍ବ ମୋହର କେମିତି ଚଳିବ

ପଡୁଚି ଭାଳେଣି ଘରେ,

ପିଲା ଛୁଆ ସ୍ତ୍ରୀ ପୋଷି ବାକୁ ଏବେ

କଲିଣି କେତେ ମୁଁ ଧା"ରେ।।

ଘରେ ବସି ବସି କଣ କରିବି

ଭାବୁଛି ମୁଁ ସେଇ କଥା,

ସଂସାରଟା ମୋର ଭାଙ୍ଗି ଯିବ ବୋଲି

ହେଲାଣି ମୋ ମୁଣ୍ଡ ବ୍ୟଥା।।

ସ୍ବଳ୍ପ ବେତନ ମୁଁ ପାଇଥିଲି ଯାହା

ଘର ଖର୍ଚ୍ଚ ହେଉଥିଲା,

ଅନଲାଇନ ପାଠ କେମିତି ପଢ଼ିବେ

ଘରେ ମୋର ଛୁଆ ପିଲା।।

ବୋଉର ଏଣେ ଡାଇବେଟିସକୁ

ବାପାଙ୍କର ପେଟ ଗ୍ୟାସ୍,

ଭାରିଯା ର ଜ୍ଵାଳା ସହି ହୁଏ ନାହିଁ

ଉଡି ଯାଏ ମୋର ହୋସ୍।।

କୋରାନ ର କୋରା କେବେ କୁ ସରିବ 

କୁହ ମୋ ଫେସ୍ ବୁକ୍ ଫ୍ରେଣ୍ଡ୍,

ପୁଣି ଫେରିବ ସେଇ ହସ ଖୁସି

ହଜି ଥିବା ସେଇ ଟ୍ରେଣ୍ଡ୍।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy