STORYMIRROR

premalata sahoo

Others

3  

premalata sahoo

Others

ମୋକ୍ଷ ପ୍ରାପ୍ତି ହେଉ ମୋର

ମୋକ୍ଷ ପ୍ରାପ୍ତି ହେଉ ମୋର

1 min
234


କାହିଁକି ଏମିତି ମଉନେ ବସିଛ

ଶୁଭୁ ନାହିଁ କି ମୋ ଡାକ,

କାନି ପତେଇ ମୁଁ ତୁମ ଆଗେ ଆଜି

ମାଗୁଛି ପ୍ରଭୁ ହେ ଭିକ।।


କରି ଦିଅ ପ୍ରଭୁ ଏ ଭବରୁ ପାରି

ରଖ ରଖ ମହାଦେବ,

ଦୁଇ ହାତ ଯୋଡ଼ି ବିନତୀ କରେ ମୁଁ

ମୁଣ୍ଡେ ହାତ ରଖ ତବ।।


ଅଭାଗିନୀ ଏଇ ଝିଅଟିର ପ୍ରଭୁ

ଗୁହାରୀ ଶୁଣିମା ହେଉ,

ତୁମ ସେବା କରିବାର ଅଧିକାର

ଯୁଗେ ଯୁଗେ ମିଳୁ ଥାଉ।।


ବୋଳି ଦିଅ ପ୍ରଭୁ ତୁମ ଭୋଳା ଗୁଣ

ସର୍ବାଙ୍ଗ ଶରୀରେ ମୋର,

ମଜ୍ଜି ରହୁ ମନ ତୁମ ନାମ ଗାଇବାରେ

ମୋକ୍ଷ ପ୍ରାପ୍ତି ହେଉ ମୋର।।


ଦିଅ ହେ ଶକତି ପ୍ରାଣରେ ମୋହରି

ତୁମ ପାଦ ସେବିବାକୁ,

ଗର୍ବ, ଅହଙ୍କାର ଦିଅ ନାହିଁ ମନେ

ଭକ୍ତି କରେ ଗୁରୁଜନଙ୍କୁ।।


ଶୟନ ରେ ତୁମେ ସପନରେ ତୁମେ

ପ୍ରାଣରେ ବି ତୁମ ନାମ,

ରହୁ ପ୍ରଭୁ ସଦା ଚିରନ୍ତନ ହୋଇ

ଗଲା ବେଳେ ଯମ ଧାମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍