ସାତ 'କ' ପଣକିଆ ଗୀତ
ସାତ 'କ' ପଣକିଆ ଗୀତ
ସାତ ଏକେ ସାତ,
ଲାଗୁଛି ମୋତେ ଭାରି ଶୀତ l
ସାତ ଦୁଗୁଣେ ଚଉଦ,
ଥରୁଛି ମୋର ଦୁଇ ପାଦ l
ସାତ ତିରିକି ଏକୋଇଶୀ,
କାକର ପଡୁଅଛି ବେଶୀ l
ସାତ ଚଉକୁ ଅଠେଇଶୀ,
ନିଆଁ ପୁଇଁବା ଆ ବଇଁଶୀ l
ସାତ ପଞ୍ଚା ପଞ୍ଚତିରିଷି,
ଇଛା ହୁଏ ନିଆଁରେ ପଶି l
ସାତ ଷୋକୋ ବୟାଳସି,
ରହନ୍ତି ତାର ସାଥେ ମିଶି l
ସାତ ସତା ଅଣଚାଶ,
ଗାଧୋଇ ଯିବା ଶୀଘ୍ର ଆସ l
ସାତ ଅଷ୍ଟା ଛପନ,
ଠିଆ ହେଲୁ କିଆଁ ତପନ l
ସାତ ନୂଆଁ ତେଷଠି,
ଥରୁଛି ମୋର ପେଟ ପିଠି l
ସାତ ଦଶା ସତୁରି,
ଦେହ ଯାଏ ଖାଲି ମରିମାରି l
