Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Drama Tragedy

4.0  

Binata Mohanta

Drama Tragedy

ତୁ ଟା ଘୋଡ଼ା ମଦୁଆ

ତୁ ଟା ଘୋଡ଼ା ମଦୁଆ

1 min
390


ମଦିରା ଟିକେ ଜିହ୍ୱାରେ ବାଜିଲେ

      ଫୁର୍ତ୍ତି ହୋଇ ଉଠେ ଶରୀର

ଶକ୍ତିହୀନ ଦେହ ଯେପରି ଲାଗେ

       ମହାବଳ ବାଘ ପ୍ରାୟ   ।


ଛୋଟବଡ ମୁଁ ତ ନ ଚିହ୍ନେ ଆଉ

       ନ ରହେ ଭାଷା ଜ୍ଞାନ   

ସପନ ରାଇଜେ କରେ ମୁଁ ଚିନ୍ତନ

       ଧରି ନିଶାଶକ୍ତ ତନମନ ।


ସର୍ବଦା ତୋ ସ୍ବାଦ ପାଇବାକୁ ଇଚ୍ଛା

       ଖୋଜୁଛି ମୋର ତୁଣ୍ଡ 

 ନ ଢୋକିଲେ ଠୋପେ ବୋତଲରୁ

       ଘୁରାଇ ଦେଉଛି ମୁଣ୍ଡ   ।


ପିଇବାକୁ ଟିକେ କରେ ମୁଁ ବାହାନା

       କହେ ପୁଣି କେତେ ମିଛସତ

ଚୋରି ଅପରାଧ କରିବାକୁ ମଧ୍ୟ

       ପଛାଏ ନାହିଁ ମୋର ହାତ  ।


ଗାଳିଗୁଲଜ, ପାଟିତୁଣ୍ଡ, ମାରପିଟ୍

       ସୁରା ପାନର କଠୋର ଫଳ

ସମ୍ପର୍କ ତୁଟିବା,ଘର ଉଜୁଡିବା

       ଜୀବନରେ ଭରେ ଜଞାଳ ।


ଭଲକଥା ସବୁ ଲାଗେ ବିଷ ଭଳି

        ଶୁଣିବାକୁ ଲାଗେ ବିରକ୍ତ

ପାପଭରା ମନ ସର୍ବଦା କହେ

       ମୁଁ ପରା ତୋ ବଡ ଭକତ  ।


ସଭ୍ୟ ସମାଜେ ସଭିଏଁ ଜାଣନ୍ତି

       ମୁଁ ଜଣେ ଅଜ୍ଞାନୀ, ବେହିଆ

ମୋ ପରିଚୟେ ମୋତେ କହନ୍ତି

        ତୁ ଟା ଘୋଡ଼ା ମଦୁଆ   ।



Rate this content
Log in

Similar oriya poem from Drama