STORYMIRROR

Subhalaxmi Nayak

Drama

3  

Subhalaxmi Nayak

Drama

ଏକ ମଲାଜହ୍ନର ଅବ୍ୟକ୍ତ କୋହ

ଏକ ମଲାଜହ୍ନର ଅବ୍ୟକ୍ତ କୋହ

1 min
210

ମଲାଜହ୍ନର ପୂର୍ଣ୍ଣିମା ପର୍ଯ୍ୟନ୍ତ, 

ସେ ନିଇତି ବଞ୍ଚେ,

କେବେ ବାଦଲର କଳା ପଣତ ଆଢ଼ୁଆଳରେ ତ

କେବେ ଅଜସ୍ର ତାରକାଙ୍କ ଗହଣରେ 

ସ୍ୱଚ୍ଛ ଗଗନ କୋଳରେ,

ସ୍ମୃତିର ସନ୍ତକକୁ ହୃଦୟରେ ଜାବୁଡ଼ି 

ସେ ପାଲଟେ ମଲାଜହ୍ନ,

ଅମାବାସ୍ୟାର କାଳିମା ଭରା ଶୂନ୍ୟତାରେ..

ସିନ୍ଦୂରା ଫାଟିବାର ମୁହୂର୍ତ୍ତ ସହିତ 

ପୁଣି ନୂଆ ଅଧ୍ୟାୟ ଯୋଡ଼ି,

ସେ ଅନ୍ଧକାରର ଘନତା ଭିତରୁ ଉଙ୍କି ମାରେ 

ପୁନର୍ଜନ୍ମ ପାଇଁ,

ଜୀଜିବିଷାର ଲାଳସାରେ ପ୍ରଜ୍ଜଳିତ କରି 

ଆଶାର ମଶାଲ,

ମଲା ସ୍ୱପ୍ନର ପୁନର୍ଜନ୍ମରେ ହସି ଉଠେ 

ପୁନେଇଁ ଜହ୍ନ, ନିଜ ସ୍ୱପ୍ନକୁ ସଜାଡ଼ି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama