STORYMIRROR

Saphala Das

Children Stories Drama Romance

3  

Saphala Das

Children Stories Drama Romance

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
241

କାଗଜ ଡ଼ଙ୍ଗା ମୋ ଅତୀତର ସ୍ମୁତି

  ଫେରାଇ ଆଣିବ କିଏ

ଟୁପୁରୁ ଟାପୁର ଝଡି ବରଷାକୁ

  ବିଜୁଳି ଚମକ ଦିଏ ।


 ଅଧା ଛତାତଳେ ଜେଜୀସାଥେ ଥାଏ

 କାଗଜ ଡଙ୍ଗାଟି କରି

ରଫ୍ ଖାତାଟି ଅତି ଆପଣାର

  ଖୁସି ହୋଇ ଦିଏ ଚିରି।


 ଫର୍ଦ୍ଦ ଫର୍ଦ୍ଦ କରି ଶେଷ କରିଦିଏ

   ମନକୁ ନଗଲେ ମୋର 

 ଅତି ଯତନରେ ଗଢିଦେଇପୁଣି

    ପଛେ ମନେ ପଡେ ଡ଼ର ।


ବୋଉର ଗାଳିକୁ ଗୁରୁଜୀ ଙ୍କ ବେତ

   ବାଜିବ ପିଠିରେ କାଳେ

ଖାତା ସରିଗଲା ଅଳି କରି ବସେ

   ଛାତିରେ ଛନକା ଖେଳେ।


 ଆଜି ସେ ଛନକା ନିଆରା ଲାଗୁଛି

ବରଷି ବରଷେ ବାରୀ    

କାଗଜଡ଼ଙ୍ଗା ମୋ ସ୍ମୃତି ରୂପାଜହ୍ନ

   ମନେମନେ ହସେ ଭାରି ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍