STORYMIRROR

Haramohan Jena

Drama Inspirational

3  

Haramohan Jena

Drama Inspirational

ଦିଅ ଉତ୍ତର

ଦିଅ ଉତ୍ତର

1 min
340

କାହିଁ ଗଲା...ସେ ଦିନର ରୂପ

କ୍ଷମତା ଲିପ୍ସୁ ନିଷ୍ଠୁର ହୃଦୟ

ରାଜ୍ୟ ଜୟ ମୋହ

ଉଦ୍ଧତ ପାଦର ବର୍ବର ପ୍ରୟାସ

ଉତ୍କଳକୁ ଦଳିଦେବାର ଅହଂ..(୧)

କାହିଁ ଗଲା...

ଦୃପ୍ତ ଦୃଢ ହସ୍ତ

ଉଶୃଙ୍ଖଳ ମନ

ଦୁର୍ବଳ ରକତେ

ତରବାରୀ ମୁନେ

କବିତା ଲେଖିବା ଖିଆଲ

ଦୟାନଦୀର ପ୍ଲାବିତ

ଶାଣିତ ଶୋଣିତ ଧାର

ଆଜି ବି କଳଙ୍କିତ

ମୁକସାକ୍ଷୀ ତାର....(୨)

ଗଛରୁ ଜବରଦସ୍ତ

ଆସିଥିବା କଞ୍ଚା ପତ୍ର କାହାର ?

ଗଛରୁ,ପବନର ବା ସମୟର ?

ନା ତୁମ ଅସ୍ତ୍ରରେ ଖସିପଡ଼ିଛି

ବୋଲି ତୁମର ?(୩)

କିଏ ଲିଭାଇଲା

ମନ ତଳ ନିଆଁ

ହିଂସା ନା ଅହିଂସା?

କିଏ ଜିବନରେ

ଭରିଦେଲା ଖୁସି

ଅସି ନା ମସି (୪)

କାହାପାଇଁ ସତୃପ୍ତ ହେଲା

ନିଷ୍ଠୁର ଆତ୍ମା

ଦୟା ନା ନିର୍ଦୟତା

କାହାପାଇଁ ଧରାବକ୍ଷେ

ତୁମ ନାମାଙ୍କିତ ଅମର ସ୍ବାକ୍ଷର?

ହେ ଅଶୋକ ପାରିବକି

ଦେଇ ତା ଉତ୍ତର ?(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Drama