STORYMIRROR

Bijay Prusty

Drama Action

3  

Bijay Prusty

Drama Action

ଭୋକିଲା ପେଟର କଥା

ଭୋକିଲା ପେଟର କଥା

1 min
195

ଭୋକିଲା ପେଟର କଥା


ଭୋକ କଥା ମନୁ ପୋଛିଦେଇ ଧନ

ଶୋଇପଡ କୋଳେ ମୋର

ମାଆ ଆମପାଇଁ ନେଇ ଆସୁଥିବ

ଖାଇବାକୁ ଛେନାପୋଡ

ଛେନାପୋଡ ପରା ଖାଇବା ପାଇଁକି

ବଳାଇଛୁ ଆଜି ମନ

ଆମ ଗରିବଙ୍କ ପେଟ ପାଟି କଥା

କିଏବା ବୁଝିବ ଧନ

ଉପାସେ ରହିବା ଲେଖା ଆମଭାଗ୍ୟେ

ସୁଖାଦ୍ୟ ଦେବ ବା କିଏ?

ପରଘରେ ମାଆ ଖଟି ଖଟି ନିତି

ଆମ ପେଟେ ଦାନା ଦିଏ

କାଲି ଯିବି ସେଇ ପାଖ ହେଟେଲକୁ

ବାସନ ମାଜିବି ଯାଇ

ତୋପାଇଁ ଆଣିବି ଛେନାପୋଡ ଖଣ୍ଡେ

ଆନନ୍ଦରେ ଦେବୁ ଖାଇ

ବଡଲୋକ ଭାଗ୍ୟେ ସବୁସୁଖ ଲେଖା

ଦୁଃଖ ସବୁ ଆମ ଭାଗ୍ୟ

ସେମାନେ ରହିବେ ରାଜ ମହଲରେ

ରାସ୍ତାକଡ ଆମ ଯୋଗ

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama