ଭୋକିଲା ପେଟର କଥା
ଭୋକିଲା ପେଟର କଥା
ଭୋକିଲା ପେଟର କଥା
ଭୋକ କଥା ମନୁ ପୋଛିଦେଇ ଧନ
ଶୋଇପଡ କୋଳେ ମୋର
ମାଆ ଆମପାଇଁ ନେଇ ଆସୁଥିବ
ଖାଇବାକୁ ଛେନାପୋଡ
ଛେନାପୋଡ ପରା ଖାଇବା ପାଇଁକି
ବଳାଇଛୁ ଆଜି ମନ
ଆମ ଗରିବଙ୍କ ପେଟ ପାଟି କଥା
କିଏବା ବୁଝିବ ଧନ
ଉପାସେ ରହିବା ଲେଖା ଆମଭାଗ୍ୟେ
ସୁଖାଦ୍ୟ ଦେବ ବା କିଏ?
ପରଘରେ ମାଆ ଖଟି ଖଟି ନିତି
ଆମ ପେଟେ ଦାନା ଦିଏ
କାଲି ଯିବି ସେଇ ପାଖ ହେଟେଲକୁ
ବାସନ ମାଜିବି ଯାଇ
ତୋପାଇଁ ଆଣିବି ଛେନାପୋଡ ଖଣ୍ଡେ
ଆନନ୍ଦରେ ଦେବୁ ଖାଇ
ବଡଲୋକ ଭାଗ୍ୟେ ସବୁସୁଖ ଲେଖା
ଦୁଃଖ ସବୁ ଆମ ଭାଗ୍ୟ
ସେମାନେ ରହିବେ ରାଜ ମହଲରେ
ରାସ୍ତାକଡ ଆମ ଯୋଗ
