ସାଥୀ
ସାଥୀ
ପାଦ ଚାପିଚାପି ଚାଲୁଥିବା ସାଥୀ
କାଦୁଅରେ କାଳେ ପାଦ ଖସିଯିବ ।
ଏକଥାଟି ମୋର ମନେରଖ ସାଥୀ
ପ୍ରତିମୂହୁର୍ତ୍ତେ ମୋ ହାତ ରହିଥିବ ।
ଭୁଲିଯାଅ ମତେ ସୁଖ ବେଳେ ସାଥୀ
ବିପଦେ କେବେ ମତେ ଭୁଲିନଯିବ ।
ଆରେ ହୃଦୟରୁ ଡାକିଦେଲେ ସାଥୀ
ମୁଁ ପହଞ୍ଚିବି ଏକଥା ଜାଣିଥିବ ।
ସ୍ବାର୍ଥପର ବୋଲି ଭାବିବନି ସାଥୀ
ହୃଦୟରେ ମୋର ତୁମେ ରହିଥିବ ।
ନୂଆସାଥୀ ପାଇଁ ଭୁଲିଗଲ ସାଥୀ
ଜହ୍ନରେ ତୁମମୁହଁ ମତେ ଦିଶୁଥିବ ।