Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

3  

Bijay Prusty

Drama

ସଂଘର୍ଷ

ସଂଘର୍ଷ

1 min
196



ଆଦିବାସୀଟେ ମୁଁ ଡଙ୍ଗର ଜମିରେ

ଘରଟିଏ କରି ରୁହେ

ଜଙ୍ଗଲର କନ୍ଦ ମାଣ୍ଡିଆ ପେଜରେ

ଦିନ ମେର କଟିଯାଏ ।

ବଡଲୋକ ହେବା ସପନ ମୁଁ କେବେ

ଥରେ ହେଲେ ଦେଖିନାହିଁ

ମାଟି ମାଆ ମୋତେ ଯେତିକି ଯା ଦିଏ

ଚଳିଯାଏ ଖୁସି ହୋଇ ।

ତୁମେ ମାନେ ସବୁ ଡକାୟତ ଦଳ

ମାଓବାଦୀ ନାମେ ଆସି

ଆମ ଜଙ୍ଗଲକୁ ଚରାଭୂଇଁ କଲ

ଲୁଣ୍ଠିଲ ଆମର ଖୁସି ।

ଆମ ଝିଅ ବେହୂ ଇଜ୍ଜତ ଲୁଟିଲ

ପିଲାଙ୍କୁ ଭୁଲାଇ ନେଲ

ତୁମକଥା ଯିଏ ନମାନିଲା ତାର

ତଣ୍ଟିକାଟି ଫିଙ୍ଗିଦେଲ ।

ହାତଯୋଡି ଆଜି କହୁଛି ତୁମକୁ

ମୂଖ୍ୟସ୍ରୋତେ ମିଶିଯାଅ

ଜଙ୍ଗଲି ମଣିଷ ଆମେରେ, ଆମକୁ

ବଞ୍ଚିବାକୁ ଟିକେ ଦିଅ ।

ତା ଯଦି ନକର ଆଦିବାସୀ ଆମେ

କରିବୁରେ ପ୍ରଜାମେଳି

ତୁମ ରକତରେ ଡଙ୍ଗର ଭୂଇଁକୁ

କରିଦେବୁ ଆମେ ନାଲି ।

ସରଳ ହେଲେବି ଦୁର୍ବଳ ନୋହୁଁ

ଯଦି ଦରକାର ହୁଏ

ତୁମପାଇଁ ଦିନେ ଅସ୍ତ୍ର ଧରିବୁ

ଏକଥାଟି ମିଛ ନୁହେଁ ।

      


Rate this content
Log in

Similar oriya poem from Drama