Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Drama

3  

ତାରାପ୍ରସାଦ ଜେନା

Drama

ମନ ମୋ ହଉଚି

ମନ ମୋ ହଉଚି

1 min
404



ଲେଖାକୁ ଫେକାକୁ ମଗଜେ ପଶୁନି

ଭାବନା ହେଉଛି ଆଡ଼

ତଥାପି ମନଟା ରାତିକ ପାହିଲେ

କବିଟେ ହୁଅନ୍ତି ବଡ଼ !


ଶବଦ ଭଣ୍ଡାର ଧାର ମୁଁ ଧରିନି 

ସାହିତ୍ୟ ଜାଣିନି କିଛି

ମନ ମୋ ଉସତ ଟଙ୍କାକୁ ଦେଇକି

ପ୍ରଶଂସା କିଣିବି ବାଛି !


ମୋ ଭଳି ଲୋକଙ୍କୁ ଏକାଠି କରିବି

ବନିବି ଗୋଟାଏ ନେତା

ଲୋକଙ୍କ ଟଙ୍କାରେ ଉତ୍ସବ କରିବି

ଯୋଜନା ପାଲିଙ୍କି ଛତା !


ସଭା ମୁଁ କରିବି ଚଉକି ବସିବି

ଭାଷଣ ଛାଡ଼ିବି ବେଶୀ

ହାତରେ ପଛକେ କିଛି ମୋ ନ ହେଉ

ଜାଣିଚି ମୁରୁକି ହସି !


ପ୍ରଚାର ଭିତରେ ସାହିତ୍ୟ ବେପାର

ହାତକୁ ନେବି ମୁଁ ଏକା

ପତ୍ରିକା ବହିର ଲୋଭକୁ ଦେଖେଇ

ଲୋକଙ୍କୁ କରିବି ବୋକା !


ନିଜର ନ ଥାଉ ଲେଖା ମୋ ପଦୁଟେ

ଭଡ଼ାରେ ଲେଖାଳି ଆଣି

ଦି' ଚାରି କବିତା ଗାରେଇଦେବାରେ

ହେବି ମୁଁ ମହାନ୍ ଗୁଣୀ !



Rate this content
Log in