STORYMIRROR

ତ୍ରିନାଥ ବେହେରା

Abstract Drama

3  

ତ୍ରିନାଥ ବେହେରା

Abstract Drama

ଶୀତ ସକାଳ

ଶୀତ ସକାଳ

1 min
193

ପୂର୍ବ ଦିଗରୁ ସୂର୍ଯ୍ୟ ଉଇଁଲେ

ତନ୍ଦ୍ରା ଅଳସ ତେଜି

କୃଷକ ଭାଇଟି ପ୍ରସ୍ତୁତ ହୁଏ

କର୍ମ ବୀର ସାଜି

ଶୀତ ସକାଳର ଶିଶିର ବିନ୍ଦୁ

ସାଜେ ତା ଲଲାଟ ଟୀକା

ହଳକୁ ସଜାଡି ବିଲକୁ ଚଳଇ

ନ ରଖି ମନରେ ଦକା

ସେ ପରା ଅନ୍ନ ଦାତା

ଶୀତ ସକାଳର ହାଡଭଙ୍ଗା ଶୀତ

ନୁଆଁଏ ତା ଆଗେ ମଥା ।।


ଝିଅ ବୋହୂଗଣ ମିଳନ୍ତି ତତ୍ କ୍ଷଣ

ପ୍ରଭାତେ ପୋଖରୀ କୂଳେ

ଶୀତକୁ ତିଳେହେଁ ଖାତର ନକରି

ସ୍ନାହାନ ସାରନ୍ତି ଜଳେ

ସର ସର ଓଦା ଦେହେ

ଘରକୁ ଲେଉଟି କାମରେ ଲାଗନ୍ତି

ଶୀତ କାନ୍ଦୁଥାଏ କୋହେ

ନାରୀ ଯେ ସର୍ବଂ ସହା

ଶୀତ ସକାଳର ଜାଡ କି ପାରିବ

ଥରାଇ ତାହାର ହିଆ ।।


ଶୀତ ସକାଳର ଅନୁପମ ଦୃଶ୍ୟ

ସାହିରେ ଧୂନିର ପସରା

ପଲ୍ଲୀ ଠାରୁ ଦିଲ୍ଲୀ ଯେତେକ ଖବର

ପରିବେଷଣର ଶାଳା

ଶୀତ ସକାଳର ଖରା ପୁଇଁବାର

ଅନୁଭୂତି ଟି ନିଆରା

ବୁଢା ଠାରୁ ପିଲା ସଭିଁଙ୍କ ଆସରା

ଗାଁ ମଣ୍ଡପଟି ପରା

ସେଠି ସକଳ ଜନଯେ ସାଥି

ଶୀତ ସକାଳର ଯନ୍ତ୍ରଣା ବି ଲାଗେ

ସୁନ୍ଦର ପରିପାଟୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract