STORYMIRROR

ତ୍ରିନାଥ ବେହେରା

Others

3  

ତ୍ରିନାଥ ବେହେରା

Others

ଶବ ଓ ଶିବ

ଶବ ଓ ଶିବ

1 min
230


ବେଳେ ବେଳେ ଇଛା ହୁଏ

ପାଲଟି ଯାଆନ୍ତି କି ଶବ

ରଖନ୍ତିନି ମୋହ

ହେବା ପାଇଁ ଶିବ

ଯେଉଁଠି ଖାଲି ଥିବ 

ସଂପୂର୍ଣ୍ଣତା ଓ ନୀରବ

ନଥିବ ମିଛ ମୟା

କପଟ ଛଳନାର କଳରବ ାା


ଏଠି ଶିବ ହେବାଟା

ବି ଗୋଟେ ଅପରାଧ

ଦୁର୍ନିତି ଶୋଷଣ ବିରୋଧେ

ଟିକେ ଉଁ କଲାପରେ

ଶିବରୁ ପାଲଟିବାକୁ

ପଡେ ନିରୋଳା ଶବ ାା


ସତ୍ୟକୁ ଆବୋରିଲେ

ଶବ ସବୁ ବୁହା ହୁଏ

କିଛି ତଥା କଥିତ

ଶିବମାନଙ୍କ କାନ୍ଧରେ

ନିତି ମୁର୍ଦାର ଗୃହକୁ 

ମିଳେ ନିର୍ଯ୍ଯାତନା 

ଅସତ୍ୟର ବିଜୟ ପାଇଁ

କେତେ ଯେ ଯାତନା ାା


ପାପ ପୁଣ୍ୟର ହିସାବେ

ଯେ ଚାଳଇ ସଂସାର

ଶିବ ବୋଲି ଗରବେ ଯେ

କରଇ ପ୍ରଚାର ପ୍ରସାର

ଜାଣ ଜାଣ ସେ ସଦା

ଶିବ ନୁହେଁ ଶବ...

ଅପ ପ୍ରଚାରେ କି ହେବ

ସେ ନୋହିବ ଦଇବ 

ସବୁଥିବ ହେବ ଶବ

ବିହି କରମ ଲେଖିବ

ଶିବ ଯେବେ ଶଵ ହେବ

ମୁକତି ଲଭିବ ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍