ଗୁଢ଼କଥା
ଗୁଢ଼କଥା
ସିନ୍ଥିରେ ନାଇବା ଦିନଠୁ
ମୋ ପରିଚୟ ବଦଳିଲା
ଝିଅ ଠୁ କନିଆଁ ।
ପ୍ରୟତମ !
ତୁମେ ଥରେ ନୁହଁ
ପ୍ରତିଥର ପ୍ରତିଦିନ ନାଇକି ଦେଖ
ବଦଳିବକି ତୁମ ଅମାନିଆ ?
ଟୋପାଏ ସିନ୍ଦୁର ,
ମଥାକୁ ସୁନ୍ଦର କଲା
ମନରେ ଶ୍ରଦ୍ଧା ଭକ୍ତି ବଢ଼ାଇଲା
ପରିବାର ପ୍ରତି ଉତ୍ତର ଦାୟିତ୍ୱ ।
ପ୍ରେମରେ ହୃଦୟ ଗାଢ଼ ହେଲା
ପଛକଲା
ଚୁଗୁଲିଆଙ୍କ ଟାହି ଟାପରା
ମୋ ସାଙ୍ଗସାଥୀ ମେଳ
ଏନ୍ତୁଡ଼ି ଶାଳ ଘରଦ୍ୱାର ।
ସାରା ଜୀବନ ତୁମ ସାଥେ ରହିବାକୁ
ଫରୁଆରୁ ଚିମୁଟାଟେ ମୋତେ ଦେଇ
ତୁମେ କାହିଁ
ଚନ୍ଦନରେ ଚିତା ତିଳକ ହେଲ
ମୋ ଏ ଦଶା ,
କେବେ ଭୋଗିବନି ବୋଲି ?
କାନ୍ତ ! ଦିଅ ସମ୍ମତ
ଶିଖୁ ଏ ସମାଜ ଯୁବପୀଢ଼ି
ଧରି ଦୁହେଁ ଦୁହିଁଙ୍କ ହାତ ।
ନ କାନ୍ଦିବେ କେହି ଆମପରି
ସୌଭାଗ୍ୟବତୀ
କରି ପ୍ରେମ ଭକତି
ସର୍ବ ସମ୍ମୁଖରେ କରି ଶପଥ ।।

