STORYMIRROR

ବି. ନିରୁପମା

Drama

3  

ବି. ନିରୁପମା

Drama

ବିଜେକର ମାଆ ଆସି

ବିଜେକର ମାଆ ଆସି

1 min
281


  

ମରାଳ ଉପରେ ବିଜେକରି ମାଆ

ଆସିଛ ମରତପୁରେ ,

ତୁମରି ସ୍ୱାଗତ କରିବା ପାଇଁକି

ଚାହିଁଅଛୁ ହରଷରେ ।


ନାନାଜାତି ପୁଷ୍ପ ରଖିଅଛୁ ତୋଳି

ଗୁନ୍ଥିଛୁ ଗଜରାହାର ,

ଶ୍ରୀଫଳ ସହିତ ସିନ୍ଦୁର,କଦଳୀ

ଯେତେ ପୂଜା ଉପଚାର ।


ନାନାବରନର ମୁରୁଜ ପକାଇ

ଧୂପ,ଦୀପ ଅଛୁ ଜାଳି ,

କରୁଣା ଦାୟିନୀ ବିଜେକର ଆସି

ଶୁଭାଶିଷ ଦିଅ ଢାଳି ।


ଶୁଭ ବିଦ୍ୟା,ବୁଦ୍ଧି ଦିଅ ଗୋ ସଭିଙ୍କୁ

ଅଜ୍ଞାନ ଅନ୍ଧାର ନାଶି ,

ସରଗ ସମାନ ସଦା ସନ୍ତୋଷରେ

ରହନ୍ତୁ ମରତବାସୀ ।



Rate this content
Log in

Similar oriya poem from Drama