ଭାଗ୍ୟବାନ ଶିଶୁ
ଭାଗ୍ୟବାନ ଶିଶୁ
ଅତି ବିକଳରେ କାନ୍ଦୁଥିଲା ଶିଶୁ
ମାଆକୁ ତାର ହରାଇ
ନିରାଶ୍ରୟଃ ହେଲା ସାହାରା କେ ଦେବ
କାନ୍ଦୁଛି ମୁଣ୍ଡ ବାଡେଇ l
ଗରୀବର ଅଶ୍ରୁ ଯେତେ ବହିଲେବି
ପୋଛିବାକୁ କେହି ନାହିଁ
ମାଆ ଚାଲିଗଲା ଆରପାରିକି
ବୁଦ୍ଧି ତାକୁ ଦିଶୁ ନାହିଁ l
ପିଲାବେଳୁ ସେ ଅଭାଗା ଅଟଇ
ସଂସାରରେ ଧର୍ମ ନାହିଁ l
ଜନ୍ମବେଳୁ ସିଏ ପିତା ଶୂନ୍ୟ ଥିଲା
ସ୍ନେହ କଣ ଜାଣିନାହିଁ l
ମାଆ ତାର ପାଇଁ ସବୁକିଛି ଥିଲା
ତାକୁ ଛାଡି ଚାଲିଗଲା
ନଡା ଛପରର ଘରଟି ତାହାର
ପବନେ ଉଡାଇ ଦେଲା l
ପାଞ୍ଚ ବର୍ଷର ଶିଶୁ ସିଏ ଅଟେ
ସୁଖ କଣ ଜାଣି ନାହିଁ
ଅଭାବରେ ତାର ଘର ଚଳୁଥିଲା
ପେଟ ପୁରା ଖାଇନାହିଁ l
ବନ୍ଧୁ ବାନ୍ଧବ ସବୁ ଦୂରେଇଲେ
ନିଜ ସ୍ୱାର୍ଥକୁ ନେଇ
ବିଚରା ଅନାଥ କଣ କରିବ
ଖାଇବାକୁ ମୁଠେ ନାହିଁ l
ଦଇବ ଭିଆଣ ବୁଝିବା କଠିନ
ସୃଷ୍ଟିକର୍ତ୍ତା ପରା ସିଏ
କାହା ଭାଗ୍ୟରେ କଣ ଲେଖା ଅଛି
ବୁଝି ପାରନ୍ତିନି କିଏ l
ଅନାଥ ନୁହେଁ ସେ କେତେ ବାବୁମାଆ
ଆସିଲେ ପାଖକୁ ଧାଇଁ
ପୁତ୍ର କରି ତାକୁ କୋଳେଇ ନେଲେ
ଭାଗ୍ୟବାନ ହେଲା ସେହି l