Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Drama Inspirational

5.0  

Sukanti Hotta

Drama Inspirational

ସୁନା ପିଲା

ସୁନା ପିଲା

1 min
402


ଅଝଟ ଶିଶୁଟି କାନ୍ଦୁଥିଲା ଗଡି

ମାଆର ହାତକୁ ଛାଡି

ଜଣେ କିଏ ହେଲେ ଅନାଉ ନ ଥିଲେ

ଯାଉଥିଲେ ମୁହଁ ମୋଡି ।


ଗାଡି ମଟରର କେଁ କାଁ ରେ

ଶୁଭୁନଥିଲା ଶବ୍ଦ

କାହା ପାଖରେ ସମୟ ନଥିଲା

ଶିଶୁହେଲା ଶ୍ୱାସରୁଦ୍ଧ ।


ଜଣଙ୍କ ଦୃଷ୍ଟିରେ ଶିଶୁ ପଡିଗଲା

ଗାଡ଼ିରୁ ଓଲ୍ହାଇ ଗଲା

ପାଣି ବୋତଲରୁ ଅଳ୍ପ ପାଣି କାଢି

ତା ମୁହେଁ ଛିଞ୍ଚି ଦେଲା ।


ଚେତା ପାଇ ପୁଣି କାନ୍ଦିଲା ଶିଶୁ

କଣ ହେଲା ପଚାରିଲା

ଗରୀବ ମାଆଟି ଦୁଃଖରେ କହିଲା

ମାଡ ମୋଠାରୁ ଖାଇଲା ।


ଆମେ ଦୁଃଖୀ ଲୋକ କେଉଁଠୁ ଆଣିବୁ

ଆଇସକ୍ରିମ ଚକଲେଟ

ଅଝଟ ଶିଶୁକୁ ବୁଝାଇବା କଷ୍ଟ

ସେଥି ପାଇଁ କରେ ନାଟ ।


ପାଖ ଦୋକାନରୁ ଚକଲେଟ ଆଣି

ପିଲା ହାତେ ସିଏ ଦେଲା

ଅଝଟ ହେବୁନି ସୁନା ପିଲା ତୁ

ସ୍କୁଲ ଯିବୁ ବୋଲି କହିଲା ।


ଖାତାବହି ଆଉ ସ୍କୁଲ ବେଗ ଜୋତା

କାଲିକି ଆଣିବି କିଣି

ଅତି ଖୁସିରେ ପିଲା ନାଚିଲା

ତାର ପଦେ କଥା ଶୁଣି ।



Rate this content
Log in

Similar oriya poem from Drama