ଟୁନାଟୁନି
ଟୁନାଟୁନି
ଟୁନା ଟୁନି ଦୁହେଁ ବସିଥିଲେ ଘର ପିଣ୍ଢାରେ
ଟୁନା କହିଥିଲା ଖାଇବାକୁ ମନ ମଣ୍ଡାରେ ।
ଚାଉଳଚୁନାକୁ ଆଣଦେଇ ମଣ୍ଡା ଗଢିଲା
ଅଥାର ହାଣ୍ଡିରେ ଥୋଇଦେଇ ବାମ୍ଫ ଚଢ଼ିଲା ।
ଟୁନାପାଇଁ ମଣ୍ଡା ଥାଳିରେ ପରସି ଆଣିଲା
ଛେନା ପୁର ନାହିଁ ନଡିଆ ଦେଇଛି ଜାଣିଲା ।
ଟୁନା କହେ ଟୁନି ଲାଗୁଛି ସତେକି ପଥର
ଟୁନି ଶୁଣିକୁହେ ଆଉ କରିବିନି ଏଥର ।
ଟୁନା ଘରେ ନାହିଁ ଟୁନି ଖାଇଦେଇ ପଖାଳ
ଶୋଇଗଲାଯାଇଁ ରାତିପାହି ହେଲା ସକାଳ ।
ବାସି କାମସାରି ଗାଧୋଇ ଠାକୁର ପୂଜାରେ
ଭାବୁଥିଲାମନେ ରୋଷେଇ ନକରି ମଜାରେ।
ଏଣୁତେଣୁ ଖାଇ ଶାନ୍ତିରେ ଟିକିଏ ଶୋଇବି
ଟୁନା ଫେରିକୁହେ ଭାତବାଢ ଟୁନି ଖାଇବି ।
ଟୁନା ଥାଏ ଘରେ ଟୁନି ଯାଏ ତାର କାମକୁ
ଗାଡିଧରିଯିବ କାମରୁ ଆଣିବ ଆମକୁ ।
ମଝିରେ ମଝିରେ ଦେଖୁଥିବ ବାରିଘରକୁ
ଗଛରେ ଫଳିଛି କମଳା ଦେବନି ପରକୁ ।
ଗାଁର ଛୁଆଙ୍କୁ ଡାକି ଟୁନାକୁହେ ଦେଖିଲ
କେତୋଟି କମଳା ଗଛରେ ରହିଛି କହିଲ ।
ପିଲାମାନେ ଗଣିକହିଲେ ଫଳିଛି ଛଅଟି
ସେଥିରୁ ଦିଓଟି ତୋଳିକରି ପଳା ଝଅଟି ।
ପିଲା କହିଥିଲେ ମାଉସୀ ଜାଣିଲେ କୁଟିବେ
ଆସିଲେ କହିବ ମାଙ୍କଡ଼ କମଳା ଲୁଟିଲେ ।
ଟୁନା ଟୁନି କଥା ଶରେନାହିଁ ଅଛି ଆଗକୁ
ଶୁଣୁଥିବ ଆମ ଜୀବନ କାହାଣୀ ଭାବକୁ ।
