STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

ମନ ହରିଣୀ

ମନ ହରିଣୀ

1 min
202


ସବୁଜିମା ସୃଷ୍ଟି ମନ ହରିଣୀ ମୁଁ 

ଆହାର ପାଣି ପବନ, 

ସବୁଜ ଲତାର ସତେଜ ସୁଗନ୍ଧ 

ସ୍ବାଦିଷ୍ଟ 'ମୋ' ଅବଦାନ. ୦. 


ବିଦେଶୀ ନୁହେଁ ମୁଁ ସ୍ବଦେଶ ମାଟିରେ 

ବନଭୂମି ଘଞ୍ଚ କନ୍ଯା,

ଓଡ଼ିଶା ଗରବ ଡ଼ଙ୍ଗର କ୍ଷେତରେ

ଉଚ୍ଛୁଳା 'ମୋ' ରୂପ ବନ୍ୟା. ୧. 


କୋରାପୁଟ କୋଳ କନ୍ଧ ଶ୍ରମଝାଳ

ବନ୍ଧା 'ତା' ପ୍ରେମରେ ମୁହିଁ,

ଡ଼ଙ୍ଗରୀଆ ସିନା ସଙ୍ଗ ନଛାଡ଼ନ୍ତି

'ମୋ'ସେବାରେ ଦିନେ କେହି. ୨. 


ଆପଣା ମାଟିରେ ମମତାର ସାରେ

ଉତ୍ସାହ ଖତର ବଳେ,

ଉତ୍ପାଦନ ମୋର ଉତ୍ତର ଆଶାୟୀ

ଜନତା ମାନସୁ ତିଳେ. ୩. 


ଦେଖାଇ କହିବା ସେହି ବିଦେଶୀର 

ସମ୍ମୁଖରେ ଆମେ ଥରେ,

ଆମଠି ରହିଛି ଆମରି ଦରବ

ଆଜି ଆମ ଅଗଣାରେ. ୪. 


ଆମ ପରିଚୟ ଆମ ସ୍ବାଭିମାନ

ଆମେରେ ଆମରି ସାଥୀ,

ଆମେ ଦେଖାଇବୁ ସାରା ଦୁନିଆଁରେ

(ଆମ) ଭାରତୀୟ କରାମତି. ୫. 


ଆସ 'ମୋ' ନିକଟ କରରେ ପ୍ରକଟ

ଉତ୍ସାହିତେ ଚୁମ୍ବି ମୋତେ, 

ଇଛା ପୁରିଯାଉ ଉତ୍ସୁକତା ରହୁ

"କୋରାପୁଟ କଫି" ଚିତ୍ତେ. ୬. 



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance