STORYMIRROR

Anita Dash

Abstract Romance Inspirational

4  

Anita Dash

Abstract Romance Inspirational

ଯଶୋଧାରା ହେବ ଭେଟ🔅

ଯଶୋଧାରା ହେବ ଭେଟ🔅

1 min
276


ସିଦ୍ଧି ଲାଭ ପାଇଁ ସିଦ୍ଧାର୍ଥ ତେଜିଲେ, ପ୍ରାଣ ପ୍ରିୟା ଯଶୋଧାରା

ରକତର ଅଂଶ ନବ ଜାତକର ମୋହ ଭୂଲି ଗଲେ ତୋରା !

ଦେହ ମନ ଆଉ ଅବଚେତନରେ ମୁଁ ଥିଲି ତୁମ ସଙ୍ଗିନୀ

ପତ୍ନୀ ସହ ପତି ଧରମଟି ଯୋଡ଼ା, ସେପାଇଁ ସହ ଧର୍ମିଣୀ!



ପତ୍ନୀ ଧର୍ମ ପାଳି ସୀତା ମାତା ପରା ହୋଇଥିଲେ ବନ ଗାମୀ

ଅୟସକୁ ଛାଡି ଦକ୍ଷ ରାଜକନ୍ୟା ସାଜିଥିଲେ ତପସ୍ୱିନୀ !

ଏତେ ଅନୁରାଗ ଆଦର ଯତନ, କେମିତି ପାରିଲ ତେଜି

ଚିର ସହଚରୀ ଅନୁଗାମିନୀକୁ ଲୋଡ଼ିଲନି ସହଯୋଗୀ !



ମାଆଟିଏ ବୋଲି ବାଳୁତକୁ ଛାଡି ଯାଇ ପାରୁନାହିଁ ବନ

ମହଲରେ ଥାଇ ଯୋଗିନୀ ଜୀବନ ବିତାଉଛି ପ୍ରତିକ୍ଷଣ !

ତୁମ ଶାନ୍ତ କାନ୍ତି ଜୋଛନା, ସୁରୁଜ-ଚନ୍ଦ୍ରମା ରେ ଝଟକୁଛି

ନିର୍ବାଣ ତପସ୍ୟା ପ୍ରତିଫଳ କିବା ନଭେ ଉକୁଟି ଉଠୁଛି!


ଅଶାର ଆକାଶେ ଇନ୍ଦ୍ରଧନୁ ଆଭା ନିଶ୍ଚେ ହୋଇବ ପ୍ରକଟ

ପ୍ରାଣ ପ୍ରିୟ ତବ ନିର୍ବାଣର ପଥେ ଯଶୋଧାରା ହେବ ଭେଟ !





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract