STORYMIRROR

DILIP KUMAR SAHOO

Romance

4  

DILIP KUMAR SAHOO

Romance

ତୋ ହସ

ତୋ ହସ

1 min
315


  ହସରେ ତୋର ନିଶା ଜବର,

  ଝୁମେଇ ଦେଉ ପାଦ

  ତୋ କଥା ମୋର ନିଦ ବଟିକା

  ଭାବିଲେ ଆସେ ନିଦ...


ମୁଁ ତୋଳିଲେ ବେସୁରା ରାଗିଣୀ 

ତୁ ବଖାଣୁ ଫୁଲର କାହାଣୀ

ପ୍ରେମ ତୋର ମେଘର ରୋଷଣୀ

ପ୍ରିତିଭରା ରଙ୍ଗରେ ଛାଉଣୀ

ମୋ'ମନେ ଭରେ ଖୁସି ପସରା

ତୋଳୁ ଅଭୁଲା ଛନ୍ଦ 

ଝୁମେଇ ଦେଉ ପାଦ ।


 ରାତି ଯେବେ କରେ ମୋତେ ବାଦ

 ତୋତେ ଭାବି ଭୁଲେ ଅବସାଦ

 ଆଖିବୁଜି ତୋ ମୁହଁକୁ ଦେଖେ

 ମନେମନେ ନୂଆ ଗପ ଲେଖେ

 ଅନ୍ଧାର ଲାଗେ ଭାରି ସୁନ୍ଦର

 ତୁ ମୋ ପୁନେଇଁ ଚାନ୍ଦ

ଝୁମେଇ ଦେଉ ପାଦ ।


ତୋ ପ୍ରଶଂସା ପାଇଁ ନାହିଁ ଭାଷା

ତୋ ତୁଳନା ପାଇଁ ନାହିଁ ଦିଶା

ତୁ ଫୁଲ ମୁଁ ତ ପ୍ରଜାପତି

ପାଗଳ ତୋପାଇଁ ଦିନରାତି

ଚଉପଦୀ ତୋ କଥା କାହାଣୀ

ପ୍ରେମରେ ଲେଖା ଛାନ୍ଦ

ଝୁମେଇ ଦେଉ ପାଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance