STORYMIRROR

Jayashree Maharana

Romance

4  

Jayashree Maharana

Romance

ନୀଳ ନୟନା

ନୀଳ ନୟନା

1 min
228

ନୀଳ ନୟନା ସେ ନୟନେ ଭରା ତା

ନୀଳ ସମୁଦ୍ରର ପ୍ରୀତି ଆବେଗ

ନ କହି ବି କିଛି କହିଯାଏ ମୋତେ

ନୀରବ ଓଠର ଅକୁହା ରାଗ ।


ନିଃସଙ୍ଗ ଜୀବନେ ନବୀନା ବାଳାର

ନବ ଉନ୍ମାଦନା ତୋଳେ ମୂର୍ଚ୍ଛନା 

ନିଶା ଭରିଦିଏ ଚାହାଣୀରେ ତା'ର

ନିରୁଦ୍ଦିଷ୍ଟ ହୁଏ ମୋର ଠିକଣା ।


ନିଃସଙ୍କୋଚେ ମୋତେ ନିବେଦନ କରେ

ନିତି ପ୍ରୀତି ଉର୍ମି ଯିବାକୁ ଛୁଇଁ  

ନଦୀସ୍ରୋତ ପରି  ନିବିଡ଼ତା ପାଇଁ

ନିରୀହ ହୃଦେ ମୋ ତୃଷ୍ଣା ଜାଗଇ।


ନିଝୁମ ରାତିରେ ନିଦ ଅଗଣାରେ

ନବବଧୂ ସାଜି ଆସେ ସ୍ୱପ୍ନରେ

ନିରୋଳାରେ ମୋତେ ତୋଳିନିଏ ବକ୍ଷେ

ନିମିଷକେ ଭିଜେ ତା'ର ସ୍ପର୍ଶରେ ।


ନିଷିଦ୍ଧ ମନର ଇଲାକାକୁ ଡେଇଁ

ନିବାସ କରିଛି ହୃଦ କନ୍ଦରେ

ନିରୂପମା ସିଏ ରୂପସୀ ଅନନ୍ୟା

ନିଜର କରିଛି ତା ଇସାରାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance