STORYMIRROR

Santosh Kumar Nayak

Abstract Romance

4  

Santosh Kumar Nayak

Abstract Romance

ଶେଷ ଉପହାର

ଶେଷ ଉପହାର

1 min
241

ମୋ' ଛାତି କାନଭାସ୍ ରେ

ତୁମ ନଖ ତୂଳୀ ଦ୍ଵାରା

ଅଙ୍କା ଯାଇଥିବା ଇନ୍ଦ୍ରଧନୁ ସବୁ

ସେମିତି ସତେଜ ଅଛି,

ଯଦିଓ ପ୍ରେମର ଅନ୍ୟ ରଙ୍ଗ ମାନ

ରକ୍ତର ଗାଢ଼ ନାଲି ରଙ୍ଗ ଭିତରେ

ନିଜ ନିଜର ଅସ୍ତିତ୍ବ 

ହରେଇ ସାରିଲେଣି ।

ମୋର ପ୍ରତିଟି ଅବୟବ

ତୁମ ଓଷ୍ଠ ଗୋଲାପର 

କୋମଳ ସ୍ପର୍ଶକୁ ଅବିଶ୍ରାନ୍ତ ଭାବେ

ଖୋଜି ଚାଲିଛନ୍ତି,

ଯଦିଓ ଗୋଲାପର ମଧୁର ବାସ୍ନା

ମହମହ ହେଇ ବାସି ଆସୁଛି

ମୋ ବେଡ଼ରୁମ୍ ଭିତରୁ ।

ତୁମେ ଦେଇଥିବା ପ୍ରତିଟି ଉପହାରରେ

ମୁଁ ତୁମକୁ ଖୋଜିଛି,

ଓଠର କାମୁଡ଼ା ଚିହ୍ନରେ

ଛାତିର ଆଞ୍ଚୁଡ଼ା ଦାଗରେ

ପୁଣି ନୀରବରେ ଆଖିରୁ ନିଗିଡ଼ି ପଡୁଥିବା

ତତଲା ଲୁହର ଧାରାରେ !

ଆଉ ଜାଣିଛ?

ସବୁଥିରେ ବିଫଳ ହେବା ପରେ

ଆଜିକାଲି ମୁଁ ତୁମକୁ ଖୋଜି ଚାଲିଛି

ତୁମ ଶେଷ ଉପହାରରେ...

ମଧୁଶାଳାରେ....

ମଦ ପିଆଲାରେ .... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract