ବିଶ୍ବାସୀ
ବିଶ୍ବାସୀ
ଜୀବନ ଶୈଳୀକୁ ପ୍ରଭାବିତ କରେ
ବିଶ୍ଵାସର ଭାବଧାରା
ଏପରି ବୃକ୍ଷକୁ ରୋପ ନାହିଁ ବନ୍ଧୁ
ବଢିବ ଦୁଃଖର ଚାରା ।
ମନୁଷ୍ୟ ବଦଳେ ଋତୁ କାଳ ଦେଖି
କୁକୁର ବଦଳେ ନାହିଁ
ଯଦି ବା ମାଲିକ ଦେଇ ଥାଏ ମୁଠେ
ତାକୁ ନିତି ଝୁରି ଥାଇ ।
ପ୍ରତ୍ୟେକ ଈଶାରା ମାନି ଚଳୁ ଥାଏ
ଯେହ୍ନେ ପୁରାତନ ଭୃତ୍ୟ
କିନ୍ତୁ ଏ ମାନବ ପଶୁ ଠାରୁ ହୀନ
କୃତଘ୍ନ ହେବାଟା ସତ୍ୟ ।
ଦ୍ଵାରପାଳ ରୂପେ ନିୟୋଜିତ ହୋଇ
ବଢାଏ ସୁରକ୍ଷା ବଳ
ଶତୃ ପ୍ରବେଶର ଆହଟ ପାଇଲେ
ଭାଙ୍ଗି ଦିଏ ଥଳ କୂଳ ।
ସ୍ବାମୀ ପ୍ରଭୁ ଭକ୍ତି ସର୍ବଦା ହୃଦୟେ
ଯାହା ନମାନନ୍ତି ପୁଅ
ଏପରି ବିଶ୍ବାସୀ ଜୀବେ କର ଦୟା
ଯେତେ ଅଛି ଢାଳି ସ୍ନେହ ।
ମନୁଷ୍ୟ ମନରେ କୁତ୍ସିତ ଭାବନା
କଥା ଦେଇ ଯାନ୍ତି ଦୂରେ
ଏକା କୁତ୍ତା ରହେ ଚିର କାଳ ସାଥୀ
କାନ୍ଦେ ସେ ଶ୍ମଶାନ ତୀରେ ।
