STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବିଚ୍ଛିନ୍ନାଚଳର ଭୂମି

ବିଚ୍ଛିନ୍ନାଚଳର ଭୂମି

1 min
192


ଗୌରବ ଅପାର        ବିଚ୍ଛିନ୍ନାଚଳର


       ଉତ୍କଳ ବିଚ୍ଛିନ୍ନା ଭୂମି,


ଜଗନ୍ନାଥ ଭୂମି        ବିଚ୍ଛିନ୍ନା ହୋଇଛି


       ଛାଡି ନାହିଁ କିଛି ଭୂମି।


ଉତ୍କଳ ସଂସ୍କୃତି        ଉତ୍କଳ ଭାଷାର


        ପରମ୍ପରା ସବୁ ଏଠି,


ବିଶ୍ବର ବିକ୍ଷ୍ୟାତ       ଯଜ୍ଞର ମନ୍ଦିର


        ଶୋଭା ପାଉ ଅଛି ଏଠି।


ପ୍ରତି ବର୍ଷ ହୁଏ        ଗୀତା ଯଞ୍ଜ ଏଠି


        ଜଗତ ମଙ୍ଗଳ ପାଇଁ,


ଭକ୍ତଙ୍କର ଏଠି        ସମାଗମ ହୁଏ


       ଦେଶର କଲ୍ୟାଣ ପାଇଁ।


ଷଳୋହ କଳାରେ       ଜଡିତ ଏ ଭୂମି


       ସଢୈଇକଳାର ଛଊ,


ବିଶ୍ବରେ ବିକ୍ଷ୍ୟାତ       ଛଊ ହୋଇ ଅଛି


      ଉତ୍କଳ ଗୌରବ ଛଊ।


ଜଗନ୍ନାଥଙ୍କର         ରଥଯାତ୍ରା ହୁଏ


      ଉତ୍କଳ ବିଧି ବିଧାନେ,


ଓଡ଼ିଆ ସଂସ୍କୃତି        ମାଣବସା ମଧ୍ୟ


      ହୁଏ ଅତି ହିଁ ଯତନେ।


ଖରଖାଇ ନଇ       ବହୁ ଅଛି ଏଠି


      ପବିତ୍ର ନଇ ଟି ଜାଣ,


ହରେ କୄଷ୍ନ ରାମ       ମନ୍ଦିରେ ହିଁ ପୂର୍ଣ୍ଣ


       ବିଚ୍ଛିନ୍ନା ଭୂମି ଟି ଜାଣ।


ଖଣ୍ଡାୟତ ଆଉ       ପାଇକ ବୀରତ୍ବ


       ପ୍ରତିଧ୍ବନି ହୁଏ ଏଠି,


ବୀର ଭୂମି ଏହି       ବିଚ୍ଛିନ୍ନା ଭୂମି ମୋ


       ଗୌରବର ଗାଥା ଏଠି।


ଲକ୍ଷ୍ମୀ ଠାକୁରାଣୀ       ପୂଜା ହୁଏ ଏଠି


       ଆନନ୍ଦ ଓ ଉଲ୍ଲାସରେ,


ମାଣବସା ପୂଜା        ଘରେ ଘରେ ହୁଏ


       ଠାକୁରାଣୀଙ୍କ ଭକ୍ତିରେ।


ଉତ୍କଳ ସଂସ୍କୃତି        ସବୁ କ୍ରୀୟାକର୍ମ


       ହୁଏ ପ୍ରଭୁଙ୍କ ଭୂମିରେ,


ଖଣ୍ଡାୟତ ଘରେ       ଖଣ୍ଡା ପୂଜା ହୁଏ


      ମାତାଙ୍କ ଦୁର୍ଗାପୂଜାରେ।


ଗୌରବ ଅପାର       ବିଚ୍ଛିନ୍ନାଚଳର


       ଉତ୍କଳ ବିଚ୍ଛିନ୍ନା ଭୂମି,


ଜଗନ୍ନାଥ ଭୂମି        ବିଚ୍ଛିନ୍ନା ହୋଇଛି


      ଛାଡି ନାହିଁ କିଛି ଭୂମି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract