STORYMIRROR

Tapan Dixit

Inspirational Abstract Others

4  

Tapan Dixit

Inspirational Abstract Others

ଗରବେ କହିବି ଓଡ଼ିଆ ପୁଅ ମୁଁ

ଗରବେ କହିବି ଓଡ଼ିଆ ପୁଅ ମୁଁ

1 min
25.7K


‘ଗରବେ କହିବି ଓଡ଼ିଆ ପୁଅ ମୁଁ

‘ଓଡ଼ିଆ’ ମୋ ମାତୃ ଭାଷା

ଯାହାର ପବନ ପ୍ରତି ନିଶ୍ୱାସେ ମୋ 

ପାଣି ଯା' ଶୋଣିତେ ମିଶା’’

(ବନ୍ଦେ ଉତ୍କଳ ଜନନୀ )

ମଳୟରେ ଯା’ର ତୁଳସୀ ମହକ

ଭକତିର ଛୁଆଁ ଦିଏ 

ଗାଈଆଳ ପିଲା ନିତି ସଞ୍ଜେ ଯହିଁ 

ମୁରଲୀ ବଜାଇ ଯାଏ,

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ 

ଅଇଁଠା ଅବଢା ଖାଇ 

ପ୍ରେମ ବାଂଟୁଥାନ୍ତି ସଭିଏଁ ଯେଉଁଠି 

ଆନନ୍ଦେ ବିଭୋର ହୋଇ ,

ଯାହାର ଠାକୁର ଜଗତର ନାଥ 

ସାଗର ଯା ମହୋଦଧି

କୁଳୁ କୁଳୁ ଛନ୍ଦେ ବହି ଚାଲିଥିବା 

ସରିତ ଯା ମହାନଦୀ,

ଚଣ୍ଡାଶୋକ ଯହିଁ ଧର୍ମାଶୋକ ହୋଇ 

ନୂଆଁଇଲେ ତାଙ୍କ ମଥା

ଭଗ୍ନ କୋଣାରକ ଗର୍ବେ କୁହେ ଯହିଁ

ଆମର କୀର୍ତ୍ତିର ଗାଥା,

ମାଟିରୁ ଯାହାର ମଧୁ ଗନ୍ଧ ଛୁଟେ 

ସ୍ନେହ ବୋଳା ଯାର ଭାଷା 

ସୁଜଳା ସୁଫଳା ଚାରୁ ଲାସ୍ୟମୟୀ 

ସେଇ ମୋ ଦେଶ ଓଡିଶା ||

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

 ଇ.ମେଲ: konark.dixit@gmail.com

ଦୁରାଭାଷ:9537400744


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational