ଘର ନୁହେଁ କାରାଗାର
ଘର ନୁହେଁ କାରାଗାର


ବେଳେ ବେଳେ ଗୃହ ଲାଗେ କାରାଗୃହ
ହେଲେ ତା' ଚାରିକାନ୍ଥ ମଧ୍ୟରେ ଥାଏ
ସ୍ଵର୍ଗର ମୋହ ।
ଜଞ୍ଜାଳ ଶାପଗ୍ରସ୍ତ
ଯେଉଁ ମୁହଁର ନକ୍ସାସବୁ ଲାଗୁଥାଏ ଝାପସା
ଏବେ ଦର୍ପଣ ପରି ଝଲସୁ ଥାଏ
ହୃଦୟର ଦ୍ଵାର ପୂର୍ବାପେକ୍ଷା ଖୋଲା ଓ ମଧୁଶିକ୍ତା ।
ଏବେ ପ୍ରେମ ଫ୍ରେମ କିଛି ନାହିଁ
ସିନ୍ଦୂର ସର୍ବସ୍ବ ତମାମ ମୂହୁର୍ତ୍ତ
ଯିଏ ଅନାଗତ ପ୍ରତିଟି ସକାଳକୁ କରିପାରେ
ପବିତ୍ର ଓ ଶାପମୁକ୍ତ ।
କାରାଗାର ଯଦି
ପୁଣ୍ୟ ପାରାବାର
ମୁକ୍ତି ଯଦି ଅମା ଅନ୍ଧକାର
କାହିଁକି ଲୋଡିବି ଆକାଶ
କାରାଗୃହ ଶତବାର ଆଟେ ଶ୍ରେୟସ୍କର ।।