Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Inspirational

3  

Sahadev Behera

Inspirational

ସହୀଦ ସଲାମ

ସହୀଦ ସଲାମ

1 min
31



ଆହେ ବରପୁତ୍ର ଭାରତ ମାତାର 

   ତମକୁ କୋଟି ପ୍ରଣାମ 

ଯଶ ଗଉରବ  ଉଡେ ଫରଫର 

   ଗାଇ ଦେଶ ପ୍ରୀତି ପ୍ରେମ ll 1


ପ୍ରତି ରକ୍ତ ବିନ୍ଦୁ  ବୁହାଇ ଦେଇଛ 

   ମାଆର ମମତା ପାଇଁ 

ପ୍ରାଣବଳି ଦିଅ ତା ସୁରକ୍ଷା ପାଇଁ 

   ମନରେ ଦ୍ବିଧା ନଥାଇ ll 2 

ବୀରତ୍ବ ଦେଖାଇ  ଶତ୍ରୁକୁ ସଂହାରି 

     ମାଆର ରଖିଲ ଟେକ 

ବିଜୟର ଧ୍ବଜା  ଉଡେ ଫର ଫର 

    ସେଇ ଗୌରବ ପ୍ରତୀକ ll 3

ହେ ବୀର ଯବାନ  ତମ ବୀର ଗାଥା 

    ସ୍ବର୍ଣ୍ଣାକ୍ଷରେ ଗଲ ଲେଖି 

ରହିଛି ରହିବ  ଯୁଗ ଯୁଗ ପାଇଁ 

   ବୀରତ୍ବର ମୂଳ ସାକ୍ଷୀ ll 4

ହେ ବୀର ସହିଦ୍ ମାଆ କୋଳେ ତମେ 

   ଶୋଇଗଲ ଚିରଦିନ 

ମରଶରୀରଟା ମାଟିରେ ମିଶିଲା 

    ରଖିଗଲ ଯଶମାନ ll 5

   

     

   



Rate this content
Log in

Similar oriya poem from Inspirational