STORYMIRROR

Iswara Chandra Sahu

Inspirational

3  

Iswara Chandra Sahu

Inspirational

ଭାରତ ମାତାର ସନ୍ତାନ ଆମେ

ଭାରତ ମାତାର ସନ୍ତାନ ଆମେ

1 min
29


ସ୍ୱାଧୀନ ଭାରତର ସନ୍ତାନ ଆମେ ଭାରତ ଆମର ମାଆ

ତାହାରି ସେବାରେ ଜୀବନ ଦେଇ ରଖିବା ତାହାର ନାଆଁ । (୧)


ଭଲ କାମ କରି ଦେଖାଇବା ଆମେ ରଖିବା ଦେଶର ଟେକ

ସ୍ୱାଧୀନ ଦେଶର ସନ୍ତାନ ଆମେ ଆମେତ ସଭିଏଁ ଏକ । (୨)


ଏ ମାଟିର ପାଣି ପବନରେ ଗଢ଼ା ହୋଇଛି ଆମ୍ଭ ଜୀବନ

ଏହି ଦେଶ ପାଇଁ ଗଉରବ ଆଣି ରଖିବା ଏହାର ମାନ।(୩)


ସତ୍ୟ ଧର୍ମ ନ୍ୟାୟ ପଥରେ ଚାଲିବା ନକରି କେବେ ଅନ୍ୟାୟ

ସ୍ୱାଧୀନ ଦେଶର ସନ୍ତାନ ଆମେ ନକରିବା କେବେ ଭୟ।(୪)


କାହା ମନେ କଷ୍ଟ ନଦେଇ ଆମେ ପୋଛିବା ଦୁଃଖୀଙ୍କ ଲୁହ

ଭାରତ ମାତାର ସନ୍ତାନ ଆମେ ଗୋଟିଏ ମାଆର କୋଟିଏ ପୁଅ।(୫)


କାହାରିକୁ କେବେ ପଡିଲେ ବିପଦ ସାହାଯ୍ୟ କରିବା ଯାଇ

ଗୋଟିଏ ମାଆର ସନ୍ତାନ ଆମେ ସର୍ବେ ଅଟୁ ଭାଇ ଭାଇ।(୬)


ଭେଦା ଭେଦ ଭାବ ନ ରଖିବା ଆମେ ଗୋଟିଏ ମାଆର ଛୁଆ

ଶୁଖି ସମାଜକୁ ଗଠନ କରିବା ରଖିବା ଦେଶର ନାଆଁ। (୭)


ସ୍ୱାଧୀନ ଭାରତର ସନ୍ତାନ ଆମେ ଆମେତ ବୀର ମହାନ

ଦେଶର ସେବାରେ ଜୀବନ ଦେଇ ହୋଇବା ଆମେ ଧନ୍ୟ।(୮)


ସ୍ୱାଧୀନ ଭାରତର ସନ୍ତାନ ଆମେ ଆମେ ତ ଅଟୁ ମହାନ।।

ଜୟ ହିନ୍ଦ,ଜୟ ଭାରତ ମାତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational