STORYMIRROR

Iswara Chandra Sahu

Classics

3  

Iswara Chandra Sahu

Classics

ଜୟ ଜୟ ଗଣନାଥ

ଜୟ ଜୟ ଗଣନାଥ

1 min
68

ଜୟ ଜୟ ଗଣନାଥ ମହାପ୍ରଭୁ ଜୟ ଗଉରୀ ନନ୍ଦନ

ବିଦ୍ୟା ବୁଦ୍ଧି ଜ୍ଞାନ ପ୍ରଦାୟକ ପ୍ରଭୁ ଅଟ ତୁମେ ଭଗବାନ।(୧)

ଜୟ ଜୟ ଗଣନାଥ ମହାପ୍ରଭୁ ଜୟ ଜୟ ଗଜାନନ

ତବ ଶ୍ରୀଚରଣେ କରଯୋଡି ମୁହିଁ କରୁଅଛି ନିବେଦନ।(୨)

ଆହେ ଗଜାନନ କରୁଛି ସ୍ମରଣ ଦିଅ ମୋତେ ବୁଦ୍ଧି ଜ୍ଞାନ

ଦିବା ନିଶି ମୁହିଁ ତୁମ ସେବା କରି ଗାଉଥିବି ଜୟ ଗାନ।(୩)

ବିଦ୍ୟାର ଭଣ୍ଡାର ଧରି ଅଛ କର ପ୍ରଭୁ ମୂଷିକ ବହନ

ଆକୁଳେ ମାଗୁଛି ଆହେ ଗଣପତି ଦିଅ ପ୍ରଭୁ ବିଦ୍ୟା ଦାନ।(୪)

ତୁମ୍ଭ କୃପାବଳେ ମୁର୍ଖ ହୁଏ ଜ୍ଞାନୀ ଜାଣି ଛନ୍ତି ଜଗତରେ

ମୋ ବେଳକୁ କିମ୍ପା ନ ଶୁଣୁଛ ପ୍ରଭୁ ଡାକୁଛି ଅତି ଅତୁରେ।(୫)

ଭଲ ବାଟ ଭଲ ବୁଦ୍ଧି ଦିଅ ମୋତେ କରୁଅଛି ମୁ ମିନତି

ଭଲ କାମ କରି ରଖିବି ମୁ ଯଶ ଦିଅ ମୋତେ ଏ ଶକତି।(୬)

ଧର୍ମ ପଥେ ପ୍ରଭୁ ଘେନି ଯାଅ ମୋତେ ଏତିକି ମାଗୁଣି ମୋର

ଜ୍ଞାନର ଅଲୋକେ କର ଆଲୋକିତ ବିନତି କରେ ଈଶ୍ୱର।(୭)

ଜୟ ଜୟ ଗଣନାଥ ମହାପ୍ରଭୁ ଜୟ ଜୟ ଗଣପତି

କରହେ ସୁଦୟା ତବ ପାଦତଳେ ସଦା ରହୁ ମୋର ମତି।(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics